ପୋଲ ତଳୁ ମିଳିଲା ନବଜାତ ଶିଶୁର ମୃତଦେହ, ପୋଲିସର ତଦନ୍ତ ଆରମ୍ଭ
20/11/2023 at 10:58 AM

ବାଲେଶ୍ଵର ୨୦।୧୧ : ନବଜାତ ଶିଶୁର ମୃତଦେହ ଠାବ । ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅରଡ ବଜାରରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଅରଡ ବଜାର ଲୁଣିଆ ଝୋଡି ପୋଲ ନିକଟରେ ଏକ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏକ ବ୍ୟାଗ୍ରେ ରହିଥିଲା ନବଜାତର ମୃତଦେହ । ଯାହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି । ବର୍ତ୍ତମାନ ଯାଏଁ ତାହା ଅସ୍ପଷ୍ଟ ରହିଛି ।
Related Posts
ମିଗ୍ଜୋମ୍ ଆଣିଲା ବର୍ଷା: ବଢିବ ଶୀତ, ଖସିବ ରାତିର ପାରଦ
8 December 2023
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023