ସମ୍ବଲପୁର-କଟକ ଜାତୀୟ ରାଜପଥ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ
12/01/2023 at 6:27 PM

ସମ୍ୱଲପୁର ୧୨/୦୧: ହୀରକୁଦ ଡ୍ୟାମରେ ଥିବା ଅଶୋକ ନିବାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସମ୍ବଲପୁର କଟକ ଜାତୀୟ ରାଜପଥର ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରୁଥିବା ଜଣାପଡ଼ିଛି। ଏଥିରେ ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଅଧିକ୍ଷକ, ଜିଲ୍ଲା ବନଖଣ୍ଡ ଅଧିକାରୀ ଡିଏଫଓ ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର (NHAI) ଅଧିକାରୀମାନେ ଉପସ୍ଥିତ ଥିବା ଜଣାପଡ଼ିଛି।