ଝାରସୁଗୁଡ଼ାରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

Published By : Prameya-News7 Bureau | September 03, 2022 IST

ଝାରସୁଗୁଡ଼ା ୦୩/୦୯: ବର୍ଷ ଶେଷରେ ଝାରସୁଗୁଡ଼ା ଜିଲ୍ଲାରେ ଶତକଡା ୫୦ ଭାଗ ଲୋକଙ୍କ ଘରେ ପାଇପ ଜଳ ପହଞ୍ଚିବ। ଜିଲ୍ଲାରେ ସବୁ ଘରକୁ ପାଇପରେ ଜଳ ଯୋଗାଇବାକୁ ଚାଲିଥିବା କାମର ସମୀକ୍ଷା ପରେ ଏହି ସୁଚନା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଛନ୍ତି। ଶନିବାରମୁଖ୍ୟ ଶାସନ ସଚିବ ଦିନିକିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଡିଏମଏଫ୍ ହଲରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାମର ସମୀକ୍ଷା କରିଛନ୍ତି।

ଚାଷୀଙ୍କ ଜମିକୁ ଜଳ ତୁରନ୍ତ ଯୋଗାଇବା ପାଇଁ ସରକାର ଜିଲ୍ଲାର ଲଖନପୁର ବ୍ଲକରେ ନିର୍ମାଣାଧୀନ ୧୩୨ କେଭି ଗ୍ରୀଡ ସବଷ୍ଟେସନର କାର୍ଯ୍ୟ ତୁରନ୍ତ ଶେଷ କରିବାଖୁ କହିଛନ୍ତି। ଏହା ସହିତତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଝାରସୁଗୁଡ଼ାରେ ନିର୍ମାଣାଧୀନ ହୃଦରୋଗ ଚିକିତ୍ସାଳୟର ଅଗ୍ରଗତିର ସମୀକ୍ଷା କରିଛନ୍ତି।  ପରେ ବନହରପଲିରେ ଥିବା ଓପିଜିସି ପାୱାର ପ୍ଲାଣ୍ଟ ପରିଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.