ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି, ସେଣ୍ଟରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦୁଇ ଥର କରାଯିବ ଚେକିଂ

Published By : Prameya-News7 Bureau | February 26, 2020 IST

ଭୁବନେଶ୍ବର ୨୬।୨: ମାର୍ଚ୍ଚ ୩ରୁ ଆରମ୍ଭ  ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା  ସୁପରିଚାଳନା ପାଇଁ  ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଚଳିତ ବର୍ଷ ଯୁକ୍ତ ଦୁଇ  ପରୀକ୍ଷା ପାଇଁ  ରାଜ୍ୟରେ ୧୧୪୩ କେନ୍ଦ୍ର କରାଯାଇଛି । ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାର ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିବ। ଚଳିତବର୍ଷ ରାଜ୍ୟର ୧୬୨୮ଟି ହାୟର ସେକେଣ୍ଡାରୀ ସ୍କୁଲ ଓ ଜୁନିଅର କଲେଜର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକରେ ୩ ଲକ୍ଷ ୫୦ ହଜାର  ୮ ଶହ  ପରୀକ୍ଷାର୍ଥୀ ପରୀକ୍ଷା ପାଇଁ  ପଞ୍ଜୀକରଣ କରିଛନ୍ତି।

{"id":229273,"sizeSlug":"large"}

ସମଗ୍ର ରାଜ୍ୟରେ ପରୀକ୍ଷା ପରିଚାଳନା ପାଇଁ ୨୦୨ ଟି ଏକଜାମିନେସନ ମ୍ୟାନେଜମେଣ୍ଟ ହବ୍ କରାଯାଇଛି | ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ  ଛାତ୍ରଛାତ୍ରୀଙ୍କୁ ଦୁଇଥର ଲେଖା ଚେକିଂ କରାଯିବ। ଶିକ୍ଷକ ଓ ସୁପରଭାଇଜରଙ୍କୁ ମଧ୍ୟ  ଚେକିଂ କରାଯିବ | ପ୍ରଶ୍ନପତ୍ର ପରୀକ୍ଷା ହଲରେ ଖୋଲାଯିବ | ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରିବେ, କୌଣସି ଅସୁବିଧା ହେଲେ ପୋଲିସ ପାଟ୍ରୋଲିଂ ସଙ୍ଗେ ସଙ୍ଗେ ପହଁଚିବେ।

ଗତ ୨୪ ତାରିଖରୁ  ପ୍ରଥମ ପର୍ଯ୍ୟାୟରେ  ପ୍ରଶ୍ନପତ୍ର  ବିଭିନ୍ନ  ହବକୁ ପଠାଯାଉଥିବା ବେଳେ  ମାର୍ଚ୍ଚ ୧୧ରୁ   ଦ୍ବିତୀୟ ପର୍ଯ୍ୟାୟରେ ପ୍ରଶ୍ନପତ୍ର ପଠାଯିବ। ଚଳିତ  ବର୍ଷ କଳାରେ ସର୍ବାଧିକ ୨ଲକ୍ଷ ୨୦ହଜାର ୪୩୭, ବିଜ୍ଞାନରେ ୯୭ହଜାର ୫୪୬, ବାଣିଜ୍ୟରେ ୨୫ହଜାର ୭୮୫  ଓ ଧନ୍ଦାମୂଳକରେ ୭ହଜାର ୩୨ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି।

କଟକ  ଜିଲ୍ଲାରେ ସର୍ବଧିକ ୭୨ଟି  ପରୀକ୍ଷାକେନ୍ଦ୍ର  ଓ  ୧୪ଟି  ହବ୍,  ଗଂଜାମ  ଜିଲ୍ଲାରେ ୭୧ ପରୀକ୍ଷା କେନ୍ଦ୍ର ଓ ୧୬ ଟି ହବ୍, ବାଲେଶ୍ବରରେ ୬୬ଟି ପରୀକ୍ଷାକେନ୍ଦ୍ର ୧୧ଟି ହବ୍ କରାଯାଇଥିବା  ସୂଚନା ଦେଇଛନ୍ତି  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା  ଅରୁମୁଗମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.