ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
11/09/2023 at 12:23 PM

ଭୁବନେଶ୍ୱର ୧୧/୦୯: ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ । ବିଶେଷକରି ଭୁବନେଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଡେଙ୍ଗୁ ରୋକିବାକୁ ବିଏମ୍ସି ପକ୍ଷରୁ ଜାରି ରହିଛି ପ୍ରୟାସ । ତଥାପି ଲୋକେ ଡେଙ୍ଗୁ କବଳରେ ଶିକାର ହେଉଛନ୍ତି ।
ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାରଣ ତାଙ୍କୁ ବି ଡେଙ୍ଗୁ ହୋଇଛି । ଏବେ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିନେ ଦୁଇ ଦିନ ରହିବେ । ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଏଲ୍ ଡି.ସାହୁ । ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ ବଲଓ୍ୱନ୍ତ ସିଂ ଓ ଖୋର୍ଦ୍ଧା ଜିଲ୍ଲାପାଳ ।