ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ରାଉରକେଲା ଗସ୍ତ; ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ କଲେ ସମୀକ୍ଷା
19/12/2022 at 5:04 PM

ରାଉରକେଲା ୧୯/୧୨: ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଉରକେଲା ଗସ୍ତ କରିଛନ୍ତି। ତାଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ। ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବ କପକୁ ଆଉ ମାତ୍ର ଆଉ ୨୩ ବାକି ଅଛି। ୨୦୨୩ ଜାନୁଆରୀ ୧୩ରେ ରାଉରକେଲା ସହ ଭୁବନେଶ୍ବରରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ। ରାଉରକେଲାରେ ନିର୍ମାଣଧୀନ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନିର୍ମାଣାଧୀନ ଷ୍ଟାଡିୟମର ପରିଦର୍ଶନୀ କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ସହ ୫ଟି ସଚିବ ଆସନ୍ତା ହକି ବିଶ୍ବକପ ପାଇଁ ପ୍ରସ୍ତୁତି ସମୀକ୍ଷା କରିଥିଲେ।

ଏହାସହ ତିନି ସଚିବ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାମ ମଧ୍ୟ ତଦାରଖ କରିଛନ୍ତି। ଜାତୀୟ ଖେଳାଳୀଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ ପଚାରି ବୁଝିଥିଲେ। ଏହାସହିତ ସହରର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ୱିକ କାର୍ଯ୍ୟ, ଦର୍ଶକ ବ୍ୟବସ୍ଥା ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଆସନ୍ତା ଜାନୁଆରୀ ୨୪,୨୫, ୨୬ରେ ଇଲେଭେନ ସାଉଥ କୋରିଆ ସହ ଜୁନିଅର ତିନି ହକି ଇଣ୍ଡିଆ ଟିମ ସହ ବନ୍ଧୁତା ମ୍ୟାଚ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସେପଟେ ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକି ପ୍ରେମିଙ୍କ ମଧ୍ୟରେ ହକି ଫିବର୍ ବଢ଼ିବାରେ ଲାଗିଛି। ଦର୍ଶକଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ସୋମବାର ଠାରୁ ଅଫ ଲାଇନରେ ହକି ବିଶ୍ୱକପ୍ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ୍ କିଣିବାକୁ ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟ୍ରେ ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ହେଲେ ଭାରତ ଟିମ୍ର ମ୍ୟାଚ ପାଇଁ ଟିକଟ ନମିଳିବାରୁ ଦର୍ଶକମାନେ ଅସନ୍ତୋଷ ଜାହିର କରିଛି।