ମୁଖ୍ୟମନ୍ତ୍ରୀଙ୍କ ଲାଇଫ୍ ଟାଇମ୍ ଆଚିବ୍ମେଣ୍ଟ୍ ଆୱାର୍ଡ; ବିଜେଡି ପକ୍ଷରୁ ଶୋଭାଯାତ୍ରା ଓ ଦୀପଦାନ
4/09/2022 at 8:42 PM

ଚଣ୍ଡିଖୋଲ ୦୪/୦୯: ରବିବାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିବମେଣ୍ଟ ପୁରସ୍କାରରେ ସାମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସାମ୍ମାନିତ କରାଯାଇଛି। ସେଥିପାଇଁ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ଯନ୍ତ ସବୁଠି ଉତ୍ସବ ଦେଖିବାକୁ ମିଳିଛି। ଏହିକ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିଜେଡି କର୍ମକର୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଧର୍ମଶାଳା ଯୁବ ଛାତ୍ର ଓ ଗାର୍ଲସ ଉଇଙ୍ଗ ପକ୍ଷରୁ କଳ୍ପତରୁ ଦାସ ଷ୍ଟାଡିଅମରୁ ଏକ ଶୋଭାଯାତ୍ରା ବାହାରି ଜାରକା ବଜାର ପରିକ୍ରମା କରିଥିଲା। ପରେ ସ୍ଥାନୀୟ ତ୍ରିନାଥ ମନ୍ଦିରରେ ଦୀପଦାନ କରାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଜୀବନ କାମନା କରି ଏହି କର୍ମକର୍ତ୍ତାମାନେ ଦୀପଦାନ କରିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ସେବା ଯାହାକି ଆଜି ଓଡିଶାକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ରବିବାର ମୁଖ୍ୟମନ୍ତ୍ରୀ ଯେଉଁ ସମ୍ମାନରେ ସାମ୍ମାନିତ ହୋଇଛନ୍ତି ସେଥିପାଇଁ ଯୁବ ଛାତ୍ର ଓ ଗାର୍ଲସ ଉଇଙ୍ଗ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।