ହାଇଦ୍ରାବାଦ ରୋଡ୍ ସୋରେ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହାଇଦ୍ରାବାଦର ନାଁ ଭାଗ୍ୟନଗର କଣ ପାଇଁ ହୋଇ ପାରିବ ନାହିଁ

Published By : Prameya-News7 Bureau | November 28, 2020 IST

ହାଇଦ୍ରାବାଦ ୨୮।୧୧: ହାଇଦ୍ରାବାଦରେ ନିଜର ରୋଡ୍‌ ସୋରେ ଯୋଗ ଦେଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିହାରରେ ବିଜୟୀ ହୋଇଥିବା ଏଆଇଏମଆଇଏମର ବିଧାୟକଙ୍କ ଶପଥ ଗ୍ରହଣକୁ ନେଇ ଓଓ୍ଵେସିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ହାଇଦ୍ରାବାଦରେ ରୋଡ୍ ସୋ ସମୟରେ ଯୋଗୀ କହିଛନ୍ତି ବିହାରରେ ବିଜୟୀ ହୋଇଥିବା ଏଆଇଏମଆଇଏମର ବିଧାୟକ ନିଜର ଶପଥ ଗ୍ରହଣରେ ହିନ୍ଦୁସ୍ଥାନର ନାଁ ନେବାକୁ ମନା କରି ଦେଲେ।

ଯୋଗୀ ଓଓ୍ଵେସିଙ୍କ ପାର୍ଟି ଉପରେ ନିଶାଣ କରି କହିଛନ୍ତି, ଏମିତି ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁସ୍ଥାନରେ ରୁହନ୍ତି ଏବଂ ହିନ୍ଦୁସ୍ଥାନର ନାଁ ନେବାକୁ କୁଣ୍ଠାବୋଧ କରନ୍ତି। ଏହି ଘଟଣା ଦର୍ଶାଉଛି ଯେ, ଓଓ୍ଵେସିଙ୍କ ଏଆଇଏମଆଇଏମର ଅସଲ ଚେହେରା କଣ ?

{"id":369266,"sizeSlug":"large"}

ଏହି ରୋଡ୍ ସୋରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଆମେ ଫୈଜାବାଦର ନାଁ ଅଯୋଧ୍ୟାରେ ପରିଣତ କରି ଦେଲୁ। ଆମେ ଆହ୍ଲାବାଦର ନାଁ ପ୍ରୟାଗରାଜ କରିଛନ୍ତି। ଏହା ଆମ ସଂସ୍କୃତିର ପ୍ରତୀକ। ତେବେ ହାଇଦ୍ରାବାଦର ପ୍ରାଚୀନ ନାମ ଭାଗ୍ୟନଗର କଣ ପାଇଁ ହୋଇ ପାରିବ ନାହିଁ।

ସେ କହିଛନ୍ତି ଯେ, ମୁଁ ଜାଣିଛି ଯେ ଏଠାକାର ସରକାର ଗୋଟିଏ ପଟେ ଜନତାଙ୍କୁ ଲୁଟୁଥିବା ବେଳେ ଅନ୍ୟପଟେ ଏଆଇଏମଆଇଏମର କଥାରେ ପ୍ରଭାବିତ ହୋଇ  ବିଜେପି କର୍ମକର୍ତ୍ତାଙ୍କ ଉତ୍ପୀଡନ କରୁଛନ୍ତି। ଏହି ଲୋକଙ୍କ ବିରୋଧରେ ଲଢିବା ପାଇଁ ଆପଣ ଲୋକଙ୍କ ସହିତ ପାଦରେ ପାଦ ମିଶାଇ ଚାଲିବାକୁ ମୁଁ ଭଗବାନ ଶ୍ରୀରାମଙ୍କ ମାଟିରୁ ଏଠାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.