scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଐତିହାସିକ ମୂହୂର୍ତ୍ତକୁ ଅପେକ୍ଷା, ଚନ୍ଦ୍ରଯାନର ସଫଳତା କାମନା କଲେ ମୁଖ୍ୟମନ୍ତ୍ରୀ

23/08/2023 at 4:50 PM

ଭୁବନେଶ୍ୱର ୨୩/୦୮: ବଢୁଛି ଉତ୍କଣ୍ଠା । ସାରା ବିଶ୍ୱର ରହିଛି ନଜର । ଅପେକ୍ଷା ସେଇ ଶୁଭ ମୂହୂର୍ତ୍ତକୁ । ଇତିହାସ ରଚିବାକୁ ଆଉ କିଛି କ୍ଷଣର ଅପେକ୍ଷା । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା । ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ମୁଖ୍ୟାଳୟରେ ବସି ଏହାକୁ ନିୟନ୍ତ୍ରଣ କରିବେ ବୈଜ୍ଞାନିକଙ୍କ ଟିମ୍ । ସନ୍ଧ୍ୟା ୫ଟା ୪୪ରେ ସ୍ଥିରିକୃତ ଦୂରତାରେ ପହଞ୍ଚିବ ଲ୍ୟାଣ୍ଡର । ଏହା ପରେ ଆରମ୍ଭ ହେବ ଲ୍ୟାଣ୍ଡରର ଧୀର ଅବତରଣ ।

ଏହି ଘଟଣା ଉପରେ ସାରା ବିଶ୍ୱର ରହିଛି ନଜର । ତେବେ ମିଶନର ସଫଳ କାମନା କରୁଛି ସାରା ଦେଶ । ସାରା ଦେଶରେ ମନ୍ଦିର ଠାରୁ ମସ୍‌ଜିଦ, ବିଭିନ୍ନ ଧର୍ମାନୁଷ୍ଠାନରେ ଚାଲିଛି ପୂଜାର୍ଚ୍ଚନା । କେଉଁଠି ହୋମଯଜ୍ଞ ଚାଲିଛି ତ ଆଉ କେଉଁଠି ବ୍ରତ ଉପବାସ ରଖିଛନ୍ତି ଲୋକେ । ପୂରା ଦେଶବାସୀଙ୍କ ଉକ୍ତଣ୍ଠା ବଢିିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ମିଶନର ସଫଳତା କାମନା କରିଛନ୍ତି ।

you can also read…

   Related Posts