ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ଟର୍ମିନାଲ ଭଳି ଅତ୍ୟାଧୁନିକ ସେବା ପାଇବେ ଯାତ୍ରୀ

Published By : Prameya-News7 Bureau | March 01, 2024 IST

ଭୁବନେଶ୍ୱର ୦୧/୦୩: ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ଷ୍ଟାଣ୍ଡ (ବିଏସ୍‌ଏବିଟି) ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଏୟାରପୋର୍ଟ ଟର୍ମିନାଲ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବେ ଯାତ୍ରୀ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପ୍ରାୟ ୨୧୧ କୋଟି ଟଙ୍କା ଖର୍ଚ୍ଚରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରାଯାଇଛି ।

ଏହି ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ ହେବ । ଏଥିରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଆହାରକେନ୍ଦ୍ର, ମିଲେଟ୍‌ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା,ଏସ୍କାଲେଟ୍‌ର, ବସ୍‌ ଟିକେଟ୍‌ କାଉଣ୍ଟର ରହିଛି । ବସ୍‌ଷ୍ଟାଣ୍ଡରେ ପଶିବା ପରେ ଯାତ୍ରୀଙ୍କ ଯାଞ୍ଚ ପାଇଁ ହାଇ ସିକ୍ୟୁରିଟି ବ୍ୟାଗେ୍‌ଜ କାଉଣ୍ଟର ରହିଛି । ସେଠାରେ ଯାଞ୍ଚ ପରେ ଭିତରକୁ ପ୍ରବେଶ କରିବେ ଯାତ୍ରୀ ।

ସେଠାରେ ଲାଗିଥିବା ବଡ଼ ବଡ଼ ଡିସପ୍ଲେରେ ବସ୍‌ ରୁଟର ସମ୍ପୂର୍ଣ୍ଣ ବିବରଣୀ ରହିବ । ଯାତ୍ରୀ ଯେଉଁ ସ୍ଥାନକୁ ଯିବାକୁ ଚାହୁଥିବେ, ସେହି ଗେଟ୍‌ ମାଧ୍ୟମରେ ବସ୍‌ ପାଖରେ ପହଞ୍ଚି ପାରିବେ । ଜରୁରୀକାଳୀନ ସେବା ପାଇଁ ଟର୍ମିନାଲ ଭିତରେ ମେଡିକାଲ ଆଉଟ୍‌ ପୋଷ୍ଟ ଖୋଲାଯାଇଛି । ସକାଳ ୭ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଏହା ଖୋଲା ରହିବ ।

ଏଥିରେ ଜଣେ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍‌ ରହିବେ । ସେହିପରି ଦିବ୍ୟାଙ୍ଗ ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ରହିଛି । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି), ମୋ ବସ୍‌ ଓ ଘରୋଇ ବସ୍‌ ମାଲିକ ସଂଘ ପାଇଁ ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର ଖୋଲିବ । ଏହା ସହ ଓଟିଡିସି ଆଉଲେଟ୍‌ ମଧ୍ୟ ଖୋଲାଯାଇଛି । ସେହିପରି ବାବା ସାହେବ ଆମ୍ବେଦକର ସମ୍ପର୍କିତ ଏକ ସ୍ୱତନ୍ତ୍ର ମ୍ୟୁଜିଅମ୍‌ ଟର୍ମିନାଲ ଭିତରେ ଖୋଲିଛି ।

ପୋଲିସ ଆଉଟ ପୋଷ୍ଟ, ଦୋକାନ, ଘରୋଇ ବସ୍‌ ମାଲିକ ସଂଘ ଅଫିସ, କ୍ରୁଟ ଅଫିସ୍‌, ବିଡିଏର ଅଫିସ୍‌ ମଧ୍ୟ ଖୋଲିବ । ସମସ୍ତ ବସ୍‌ ବରମୁଣ୍ଡା ମୁଖ୍ୟ ଗେଟ୍‌ ଦେଇ ପଶିବେ । ପାଖକୁ ଲାଗିଥିବା ଥିବା ଆଉ ଏକ ଗେଟ୍‌ରେ ଗାଡ଼ି ବାହାରିବ । ବ୍ରହ୍ମପୁର, ଖୋର୍ଦ୍ଧା ଅଭିମୁଖେ ଯିବାକୁ ଥିବା ଗାଡ଼ି ଫାୟାରଷ୍ଟେସନ ଦେଇ ୟୁ ଟର୍ଣ୍ଣ କରିବେ । ସମସ୍ତ ଯାତ୍ରୀ ଟାଟା ମୋଟର୍ସ ପାଖରେ ଥିବା ଗେଟ୍‌ରେ ପଶି ବସ୍‌ ଷ୍ଟାଣ୍ଡରେ ପହଞ୍ଚିବେ ।

ବସ୍‌ଷ୍ଟାଣ୍ଡ ଭିତରେ ହିଁ ମୋ ବସ୍‌ ସେବା ମିଳିବ । ଜଣେ ଯାତ୍ରୀ ସହର ଭିତରକୁ ଯିବାକୁ ଚାହୁଥିଲେ ବସ୍‌ ଟର୍ମିନାଲ ଭିତରୁ ହିଁ ମୋ ବସ୍‌ ଧରି ପାରିବେ । ମୋଟ୍‌ ୫୦ ବସ୍‌ ବେ ରହିଛି । ସେଥିମଧ୍ୟରେ ୪୪ଟି ବସ୍‌ ବେ ସାଧାରଣରେ ବ୍ୟବହାର ହେବ । ବାକି ୬ଟି ସ୍ୱତନ୍ତ୍ର ବସ୍‌ ବେ ରହିଛି । ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଟେକ୍ନୋଲଜିରେ ପରିଚାଳନା କରାଯିବ । ବସ୍‌ ଟର୍ମିନାଲ ଭିତରେ ପଶିବାଠୁ ଆରମ୍ଭ କରି ବାହାରିବା ପର୍ଯ୍ୟନ୍ତ ସବୁ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସିଷ୍ଟମ ପରିଚାଳନା କରିବ । ଏକ ଘରୋଇ କମ୍ପାନିକୁ ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଛି ।

you can also read..

wp:embed {"url":"https://www.prameyanews7.com/chief-minister-will-inaugurate-the-bermuda-terminal-in-march/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chief-minister-will-inaugurate-the-bermuda-terminal-in-march/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.