LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏପ୍ରିଲ୍ ୩ ରୁ ଜାପାନ ଯିବେ ମୁଖ୍ୟମନ୍ତ୍ରୀ, ବିଜନେସ୍ ମିଟ୍ ରେ ଯୋଗଦେବେ ନବୀନ

31/03/2023 at 9:54 AM

Pintu Nanda passes away

ଭୁବନେଶ୍ୱର ୩୦/୩ : ଏପ୍ରିଲ ୩ ରୁ ୯ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନାରେ ବିଜନେସ୍ ମିଟ୍ ରେ ଯୋଗଦେବେ ନବୀନ । ୩ ଟି ସହର ଟୋକିଓ, କ୍ୟୋଟୋ ଏବଂ ଓସାକାରେ ନବୀନଙ୍କ ବିଜନେସ୍ କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ସମୟରେ ଜାପାନର ବଡ଼ ବଡ଼ କମ୍ପାନୀ ଓଡ଼ିଶାରେ କିଭଳି ପୁଞ୍ଜି ନିବେଶ କରିବେ ତାହା ଉପରେ ଗୁରୁତ୍ୱ ଦେବେ ମୁଖ୍ୟମନ୍ତ୍ରୀ । ଫୋକସରେ ରହିବ ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ । ଏହା ପୂର୍ବରୁ ବାଣିଜ୍ୟିକ କାର୍ଯ୍ୟକ୍ରମରେ ନବୀନ ଇଟାଲି ଏବଂ ୟୁ.ଏ.ଇ. ଯାଇଥିଲେ। ବିଭିନ୍ନ ଶିଳ୍ପପତିଙ୍କ ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିଥିଲେ । ସେହିପରି ୨୦୨୨ ଅଗଷ୍ଟରେ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହିତ ଓଡ଼ିଶାରେ ପୁଞ୍ଜି ବିନିଯୋଗ ବାବଦରେ ନବୀନ ଆଲୋଚନା କରିଥିଲେ ।

୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କଣ୍ଟ୍ରି ପାର୍ଟନର ଥିବା ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ଭଲ ଥିବାରୁ ନବୀନଙ୍କ ଜାପାନ ଗସ୍ତ ବେଶ୍ ସଫଳ ହେବ ବୋଲି ଅର୍ଥନୈତିକ ବିଶେଷଞ୍ଜମାନେ ଆକଳନ କରିଛନ୍ତି । ନବୀନଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଜାପାନ ଯିବା କାର୍ଯ୍ୟକ୍ରମ ରହିଛି।

   Related Posts