କାଳିଆ ଯୋଜନା ପାଇଁ ଚାଲିଥିବା କଲ୍ ସେଂଟରରେ ମୁଖ୍ୟମନ୍ତ୍ରୀ, କଥା ହେଲେ ଚାଷୀଙ୍କ ସହ : କଲ ସେଂଟରକୁ ୨୪ଘଣ୍ଟିଆ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର୧୨|୧: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ଓକାକ ପରିସରରେ ଚାଲିଥିବା କାଳିଆ ଯୋଜନା କଲ ସେଂଟର ପରିଦର୍ଶନ କରିବା ସହ ସେଠାରୁ ଚାଷୀମାନଙ୍କ ସହ କଥା ହୋଇଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଓକାକ ପରିସରରେ ଜାନୁଆରୀ ୫ ତାରିଖରୁ କଲ ସେଂଟର ପରିଚାଳିତ ହେଉଛି ।

{"id":73338}

ତେବେ ଆଜି କଲ ସେଂଟର ପରିଦର୍ଶନ କରିବା ପରେ କଲ ସେଂଟରକୁ ୨୪ ଘଣ୍ଟା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, କାଳିଆ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋର ଦେଉଥିବା ସହ କାଳିଆ ଯୋଜନା ସମ୍ପର୍କିତ ଅଗ୍ରଗତି ନେଇ ବରାବର ସମୀକ୍ଷା କରୁଛନ୍ତି ।

ଏପରିକି କାଳିଆ ଯୋଜନାରେ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୦ ତାରିଖ ପୂର୍ବରୁ ଧାର୍ଯ୍ୟ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ତାକୁ ୧୫ ତାରିଖକୁ ବୃଦ୍ଧି କରିଛନ୍ତି । ସେହିଭଳି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଂକା ଜାନୁଆରୀ ୨୬ ତାରିଖ ସୁଦ୍ଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

{"id":73345}

ଓକାକରେ ଟେଲିକନଫେରେନ୍ସିଂ ମଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ଚାଷୀମାନଙ୍କ ସହ କଥା ହୋଇଥିବାବେଳେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.