ନବ ଦାସ ହତ୍ୟା ମାମଲାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେରିକାର ତଦନ୍ତକାରୀ ସଂସ୍ଥାର ସହାୟତା ମାଗିଛୁ
22/02/2023 at 12:42 PM

ଭୁବନେଶ୍ୱର ୨୨/୦୨: ନବ ଦାସ ହତ୍ୟା ମାମଲାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ ନବ ଦାସଙ୍କ ମୃତ୍ୟୁ ଦୁଃଖଦାୟକ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନବ ଦାସ ଥିଲେ ପ୍ରତିବଦ୍ଧ । ନବ ଦାସ୍ଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ ଜଣେ ଏଏସ୍ଆଇ ହତ୍ୟା କରିଛନ୍ତି । ଯାହାକି ଗ୍ରହଣୀୟ ନୁହେଁ, ତଥାପି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଜଷ୍ଟିସ୍ ଜେପି ଦାସଙ୍କ ତଦାରଖରେ ଚାଲିଛି ତଦନ୍ତ ।
ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ କୁହାଯାଇଛି । ଅଭିଯୁକ୍ତର ଫରେନସିକ୍ ଟେଷ୍ଟ କରାଯାଇଛି । ନାର୍କୋ ଆନାଲିସିସ୍ ଟେଷ୍ଟ ମଧ୍ୟ କରାଯାଇଛି । ତେବେ ରାଜନୀତିରେ ଅପରାଧୀକରଣ ଶୁଭଙ୍କର ନୁହେଁ । ‘ଜଣେ ପୋଲିସ ଏଭଳି କାଣ୍ଡ କରିଥିବାରୁ ମୁଁ ଚକିତ’ । ଏଭଳି ଦୁର୍ଭାଗ୍ୟଜନକ ଘଟଣା ବେଳେ ବେଳେ ଘଟେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଘଟଣାରେ ପୂରା ପୋଲିସକୁ ବିଜେପି ଦୋଷାରପ କରୁଛି । ଏଥିପାଇଁ ଓଡ଼ିଶାବାସୀ କେବେ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ତଦନ୍ତ ପାଇଁ FBI ସହାୟତା ମାଗିଛୁ । ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ଲୋଡ଼ାଯାଇଛି । ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ତଦନ୍ତରେ କୌଣସି ଦିଗ ବି ଛଡ଼ା ଯାଇନଥିବା କହିଲେ ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତର ଆଚରଣ ସଂପର୍କରେ ତର୍ଜମା ପାଇଁ ସହଯୋଗ ନିଆଯିବ । ଘଟଣାକୁ ନେଇ ଯେମିତ ରାଜନୈତିକ କରାଯାଉଛି, ଆଶ୍ଚର୍ଯ୍ୟ କରୁଛି । ଘଟଣାରେ ପୁରା ପୋଲିସକୁ ବିଜେପି ଦୋଷାରପ କରୁଛି ।