ବନ୍ୟା : କଲାହାଣ୍ଡି, ବଲାଙ୍ଗିର, ବରଗଡ, ବୌଦ୍ଧ ଏବଂ କନ୍ଧମାଳରେ ସ୍ଥିତି ଅଧିକ ଖରାପ, ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୮ରେ, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା, ଏସଆରସିଙ୍କୁ ଭେଟିଲେ ସଂଗୀତା

Published By : Prameya-News7 Bureau | August 13, 2019 IST

ଭୁବନେଶ୍ବର୧୩|୮:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ବନ୍ୟାରେ ମୃତ୍ୟୁ ସଂଖ୍ୟ ୮ରେ ପହଞ୍ଚିଚି । କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବରଗଡ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାରେ ପରିସ୍ଥିତି ଉଦବେଗ ଜନକ ହୋଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରଭାବିତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟରେ ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ବନ୍ୟା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ସେହିଭଳି ବଲାଙ୍ଗୀର ଜିଲ୍ଲାରେ ଦେଖାଦେଇଥିବହା ବନ୍ୟା ପରିସ୍ଥିତି ସମ୍ପର୍କରେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ମୁଖ୍ୟ ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

{"id":144042}

ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ । ଚାରିଆଡେ ପାଣି ପାଣି ଆଉ ପାଣି । ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଘରେ ପାଣି ପଶିଯାଇଛି । ବଲାଙ୍ଗିରର  ଗୁଡଭେଲା ବ୍ଲକର ପାଖାପାଖି ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟତ ବି ଠପ୍ ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଫ୍ ଟିମ୍ ନିୟୋଜିତ ଅଛନ୍ତି । ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳ ଜରୁରୀକାଳୀନ ବୈଠକ ଡାକିଥିବା ବେଳେ ସ୍ଥାନୀୟ ବିଧାୟକ ମଧ୍ୟ ବନ୍ୟାଞ୍ଚଳ ବୁଲିଛନ୍ତି।  ୧୯ ଯାଏ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

{"id":144044}

କଳାହାଣ୍ଡିର ଗାଁ ଗଣ୍ଡାରେ ପାଣି ପଶିଯାଇଥିବା ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି । କର୍ଲାମୁଣ୍ଡା ବ୍ଲକ ସରାବର ନାଳରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । କାଳୀଗଙ୍ଗା ନଦୀରେ  ଏକ ଟାଟା ମ୍ୟାଜିକ ଗାଡି ଭାସି ଯାଇଛି । ରାସ୍ତା ଧୋଇଯିବାରୁ ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

{"id":144047}

 ସେହିପରି ବୌଦ୍ଧ କଣ୍ଟାମାଳ ବ୍ଲକରେ ବି ବନ୍ୟା ପରିସ୍ଥିତି । NH- 41 ରେ ଥିବା ସମଲେଶ୍ବରୀ ନାଳ ଉପରେ ୮ରୁ ୧୦ ଫୁଟର ପାଣି ଚାଲୁଛି । ଖଡଙ୍ଗ ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ବିଭିନ୍ନ ନାଳରେ ୭ ଫୁଟର ପାଣି ଚାଲୁଛି । ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

{"id":144048}

 କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବର୍ଷା ବିତ୍ପାତ । ୫୯ ନମ୍ବର ଜାତୀୟ ରାଜପଥ ଉପରେ ୨ ଫୁଟ ଉଚ୍ଚର ପାଣି ଚାଲୁଛି । ଲଗାଣ ବର୍ଷାରେ  ଅନେକ ଘରଦ୍ବାର ଭାଙ୍ଗିଯାଇଛି । ବାଲିଗୁଡା-ବାଟାଗୁଡା ଜାତୀୟ ରାଜପଥରେ ଆପ୍ରୋଚ ଧୋଇଯାଇଛି ।

{"id":144049}

ବରଗଡରେ ମଧ୍ୟ ସ୍ଥିତି ସଙ୍ଗୀନ । ପଦ୍ମପୁର, ପାଇକମାଳ, ଭେଡନ ଆଦି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗନ୍ଧମାର୍ଦ୍ଦନ ପର୍ବତ ଉପରୁ ପ୍ରବଳ ବେଗରେ ବର୍ଷା ପାଣି ମାଡିଆସୁଥିବାରୁ ତଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବରଗଡ- ଭେଡେନ ରାସ୍ତାରେ କଲଭର୍ଟ ଉପରେ ପାଣି ଚାଲୁଥିବାରୁ ଯାତାୟତ ବାଧପ୍ରାପ୍ତ ହୋଇଛି । ସୁବର୍ଣ୍ଣପୁରରେ ଲଗାଣ ବର୍ଷା ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ।

{"id":144051}

ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି , ସୋନପୁର ଓ କନ୍ଧମାଳ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି |  ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ପ୍ରଭାବିତ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କନ୍ଧମାଳ ଓ ସୋନପୁରରେ ୧୨୫ ମିମି ବର୍ଷା ରେକର୍ଡ ହୋଇଛି |  ସେହିପରି କଳାହାଣ୍ଡି ଓ ବଲାଙ୍ଗିରର ୪ଟି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି | ୨ ସପ୍ତାହ ମଧ୍ୟରେ ରାଜ୍ୟରେ ବର୍ଷା ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

{"id":144057}

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗଉଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଛି । ପ୍ରତି ସେକ୍ଣ୍ଡରେ ୧ ଲକ୍ଷ ୭ହଜାର ୪୦୩ କ୍ୟୁସେକ ଜଳ ପଶୁଥିବା ବେଳେ ୧୬ ହଜାର ୮୩୦ କ୍ୟୁସେକ ଜଳ ନିସ୍କାସିତ ହେଉଛି ।ତେବେ ଏପର୍ଯ୍ୟନ୍ତ କୌଣସି ଗେଟ୍‌ ଖୋଲାଯାଇନାହିଁ । 

{"id":144058}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.