ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖ୍ଖୁଙ୍କ ଇସ୍ତଫା ଚର୍ଚ୍ଚା, ସନ୍ଧ୍ୟାରେ ନିଷ୍ପତ୍ତି

Published By : Prameya-News7 Bureau | February 28, 2024 IST

ଶିମଲା ୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖ୍ଖୁ ତାଙ୍କ ପଦରୁ ଇସ୍ତଫା ଦେବା କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ଯେ ମୁଁ ମୋ ପଦରୁ ଇସ୍ତଫା ଦେଇ ନାହିଁ।  ବିଧାନସଭାରେ ମୋ ସରକାରର ସଂଖ୍ୟାଗରିଷ୍ଠତା ଅଛି। ଆମ ସରକାର ପୁରା ୫ ବର୍ଷ ଚାଲି ପାରିବ। ତେବେ ଏହା ପୂର୍ବରୁ ଏହି ଖବର ଆସିଥିଲା ଯେ ବିଧାୟକଙ୍କ ଅସନ୍ତୋଷକୁ ଦେଖି ସୁଖ୍ଖୁ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ କେତେକ ବିଧାୟକ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଫୋନ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଓ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ବିଧାୟକଙ୍କ ଅସନ୍ତୋଷ ଦୂର କରିବା ପାଇଁ ହିମାଚଳ ପ୍ରଦେଶ ପଠାଇଥିଲେ। ଏହି ଦୁଇ ନେତା ରାଜ୍ୟସଭା ନିର୍ବାଚନରେ ହୋଇଥିବା କ୍ରସ ଭୋଟିଂ ପରେ ଉପୁଜିଥିବା ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ତେବେ ଗଣମାଧ୍ୟମ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ସୁଖ୍ଖୁ କଂଗ୍ରେସ ହାଇକମାଣ୍ଡଙ୍କୁ ତାଙ୍କ ଇସ୍ତଫା ପେସ୍ କରିଛନ୍ତି। ଏଥିରେ ଏହା ମଧ୍ୟ ଦାବି କରାଯାଇଛି ଯେ ସଂଧ୍ୟାରେ କଂଗ୍ରେସ ବିଧାୟକମାନଙ୍କ ବୈଠକ ହେବ। ଯେଉଁଥିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ କରାଯିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ  ଏହା ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି। ସେ କହିଥିଲେ ଯେ କଂଗ୍ରେସ ତାଙ୍କୁ ଅପମାନିତ କରିଛି। ତେବେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କଡା ପଦକ୍ଷେପ ନେବାକୁ କଂଗ୍ରେସ ଆଦୌ କୁଣ୍ଠା କରିବ ନାହିଁ ବୋଲି କହିଛନ୍ତି, କାରଣ ପାର୍ଟି ଆମର ପ୍ରାଥମିକତା। ଏଣୁ ହିମାଚଳରେ ଜନାଦେଶ ସହ ବିଶ୍ୱାସଘାତ ହେବାକୁ ଦିଆଯିବ ନାହିଁ। ସେକହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପାର୍ଟି ପର୍ଯ୍ୟବେକ୍ଷକମାନଙ୍କ ସହ କଥା ହୋଇଛନ୍ତି। ସେମାନଙ୍କୁ ସବୁ ବିଧାୟକଙ୍କ ସହ ଆଲୋଚନା କରିବାକୁ ଓ ରାଜ୍ୟରେ ଉପୁଜିଥିବା ରାଜନୈତିକ ସଂକଟ ଉପରେ ବ୍ୟାପକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ହିମାଚଳ ବିଧାନସଭାରେ ବୁଧବାର ଜୋରଦାର ହଙ୍ଗାମା ହୋଇଛି। ଏହା ପରେ ପୂର୍ବ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ଜଣ ବିଧାୟକଙ୍କୁ ଗୃହରୁ ନିଷ୍କାସିତ କରିଦିଆଯାଇଛି। ଏହା ଉପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ବିଧାନସଭା ବାଚସ୍ପତି ଯାହା କରିଛନ୍ତି ତାହା ଠିକ୍ କରି ନାହାନ୍ତି। ସେ କହିଛନ୍ତି ଯେ ହିମାଚଳ ଜନତା ବାହାରର କୌଣସି ବ୍ୟକ୍ତିକୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଭାବେ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲେ। ଏପରିକି କଂଗ୍ରେସ୍ ବିଧାୟକମାନେ ମଧ୍ୟ ଏ କଥାକୁ ସ୍ୱୀକାର କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.