oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଆଜିଠୁ ବଦଳୁଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରର ଠିକଣା, ସିଏମ ହାଉସ୍ ଛାଡି ଏଠାରେ ରହିବେ

23/04/2022 at 11:11 PM

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର କଳ୍ପନା ଜଳ୍ପନା କରାଯାଉଛି। କେବେ ତାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି ତ ଆଉ କେତେବେଳେ ତାଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି। ଗତ କିଛି ସମୟ ହେବ ବିହାରର ରାଜନୀତି ନୀତିଶ କୁମାରଙ୍କୁ ନେଇ ସରଗରମ ରହିଛି। ଏହା ମଧ୍ୟରେ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। ଶନିବାର ସ୍ପଷ୍ଟ ହୋଇ ଯାଇଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଠିକଣା ବଦଳାଉଛନ୍ତି। ନୀତିଶ ଯେଉଁ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି ସେଠାରେ ସେ ପୂର୍ବରୁ ରହି ସାରିଛନ୍ତି।

ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନର ଠିକଣା ବଦଳି ଯାଇଛି। ଶନିବାର ରାତିରେ ନୀତିଶ କୁମାର ଅର୍ଣ୍ଣ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନକୁ ଛାଡି ଏହାର ସନ୍ନିକଟ ୭ ସର୍କୁଲାର ରୋଡ୍ ସ୍ଥିତ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଏଠାକୁ ଆସିବା ପୂର୍ବରୁ ଏହି ବଙ୍ଗଳାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଗତ ଅନେକ ମାସ ଧରି ଏହି ବଙ୍ଗଳାର ମରାମତି କାମ ଚାଲିଥିଲା। ବଙ୍ଗଳାଟି ନୂତନ ରୂପ ନେବା ପରେ ମୁଖ୍ୟମନ୍ତ୍ରୀ ଶନିବାର ଆସି ସ୍ଥିତି ପରଖିଥିଲେ ଏବଂ ପରେ ଏଠାକୁ ସ୍ଥାନାନ୍ତର ହେବାକୁ ନିର୍ଣ୍ଣୟ ନେଇଛନ୍ତି।

ଜେଡିୟୁର ବିଧାନସଭା ପରିଷଦ ଲଲନ ସରାଫ କହିଛନ୍ତି ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭ ସର୍କୁଲାର ରୋଡ୍ ସ୍ଥିତ ବଙ୍ଗଳାକୁ ଚାଲିଯିବେ। ପରିବାର ସଦସ୍ୟ ସହ ସେ ଏଠାକୁ ସ୍ଥାନାନ୍ତର ହେବେ। ସେ କହିଛନ୍ତି ନୀତିଶ କୁମାର ଆଜି ଦିନସାରା ମୁଖ୍ୟମନ୍ତ୍ରୀ ବାସଭବନ ସ୍ଥିତ ନିଜ ଦପ୍ତରରେ ବସି କାମ ସାରିଛନ୍ତି। ଆଜି ରାତିରେ ସେ ନୂତନ ବାସଭବନକୁ ସ୍ଥାନାନ୍ତର ହେବେ।

   Related Posts