କେନ୍ଦୁଝରରେ ବିକାଶର ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ, ସୋମବାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

Published By : Prameya-News7 Bureau | February 13, 2023 IST

ଭୁବନେଶ୍ବର ୧୩/୦୨: କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଆଜି ଶୁଭ ସୋମବାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ । ଧରିଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଭତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ ।  

{"id":745111,"width":826,"height":454,"sizeSlug":"full","linkDestination":"none"}

ପ୍ରାୟ ୪ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଧରଣୀଧର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବଳଦେବଜୀଉ ମନ୍ଦିର ଭୋଗ ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ସେହିପରି ଯୋଡା, ବଡବିଲ, ଆନନ୍ଦପୁର ଆଦି ଅଞ୍ଚଳ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":745112,"width":829,"height":456,"sizeSlug":"full","linkDestination":"none"}

ପ୍ରଥମେ ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଆଡିଟୋରିୟମ ବୈଠକରେ ସାମିଲ ହେବା ପରେ କଲେଜ ବାହାରେ ଆୟୋଜନ ହେବାକୁଥିବା ସାଧାରଣ ସଭାରେ ଯୋଗ ଦେବେ । ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରି ବିକାଶର ବାର୍ତ୍ତା ଦେଉଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦୁଝର ଜିଲ୍ଲା ଗସ୍ତ ରହିଥିବା ବେଳେ ୧୯ ତାରିଖରେ ପଦ୍ମପୁର, ୨୩ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ରଖିବେ ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.