Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ବିଜନେସ୍ ମିଟ୍‌କୁ କରିବେ ସମ୍ବୋଧନ

3/04/2023 at 8:17 AM

Naveen Patnaik

ଭୁବନେଶ୍ୱର ୦୩/୦୪: ୭ ଦିନିଆ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୯ଟା ୪୫ରେ ନବୀନ ନିବାସରୁ ବାହାରି ୧୦ଟାରେ ବିମାନରେ ଉଡାଣ କରିବେ । ଦିଲ୍ଲୀରୁ ଭାୟା ସିଙ୍ଗାପୁର ଦେଇ ନବୀନ ଜାପାନରେ ପହଞ୍ଚିବେ ।

୪ ତାରିଖରେ ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ୍ ମିଟ୍ କୁ ସମ୍ବୋଧିତ କରିବେ । ୧୦ ତାରିଖ ଯାଏଁ ସେଠାରେ ରହି ଏକାଧିକ ପୁଞ୍ଜିପତିଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ । ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ ,ପ୍ଲାଷ୍ଟିକ , ପେଟ୍ରୋ କେମିକାଲ, ଟେକ୍ସଟାଇଲ, ପୋଷାକ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଥିବା ସମ୍ଭାବନା ଓ ସୁଯୋଗ ବିଷୟରେ ପୁଞ୍ଜି ନିବେଶକାରୀଙ୍କୁ କହିବେ ।

ଟୋକିଓ, କ୍ବୋଟୋ ଏବଂ ଓସାକା ଭଳି ଭିନ୍ନ ଭିନ୍ନ ସହରର ବିଜନେସ୍ ମିଟ୍ ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟକୁ ଯେଭଳି ବ୍ୟାପକ ପୁଞ୍ଜି ଆସିପାରିବ ସେଥି ପାଇଁ ସବୁ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ୪ତାରିଖରୁ ୧୦ ତାରିଖ ରହଣୀ ଭିତରେ ଏକାଧିକ ବଡ଼ ବଡ଼ ପୁଞ୍ଜିନିବେଶକାରୀଙ୍କୁ ସିଧାସଳଖ ଭେଟିବେ ନବୀନ ।

ଏହି ୱାନ ଟୁ ୱାନ ବୈଠକରେ ଓଡ଼ିଶାର ପୁଞ୍ଜି ଖଟାଇବାକୁ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।ଏଥିପାଇଁ ଏକାଧିକ ବୈଠକ ନିର୍ଦ୍ଧାରିତ ହୋଇଛି । ମୁଖ୍ୟମନ୍ତ୍ରଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, 5T ସଚିବ ଭି.କେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ଭିନିଲ୍ କ୍ରିଷ୍ଣାଙ୍କ ସହ ଆଉ କିଛି ବରିଷ୍ଠ ଅଧିକାରୀ ଜାପାନ ଗସ୍ତରେ ଯିବେ ।

ଅଧିକାରୀ ମାନେ ଜାପାନରେ ଥିବା ଧାତୁ ଶିଳ୍ପ, ଆଇଟି କମ୍ପାନୀ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜାପାନା ଏବଂ ଓଡ଼ିଶା ଭିତରେ ଦ୍ବିପାକ୍ଷିକ ବାଣିଜ୍ୟିକ କାରବାର ସୁଦୃଢ କରିବା ସହ କ୍ରୀଡା, ପର୍ଯ୍ୟଟନ ଓ ସାଂସ୍କୃତିକ ସମ୍ପର୍କକୁ ମଜବୁତ୍ କରିବାକୁ ଏହି ଗସ୍ତ ମାଧ୍ୟମରେ ପ୍ରୟାସ କରାଯିବ

   Related Posts