ରବିବାର ପ୍ରଚାର ପାଇଁ କଣ୍ଟାବାଞ୍ଜି ଯିବେ ନବୀନ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

Published By : Prameya-News7 Bureau | May 11, 2024 IST

ବଲାଙ୍ଗୀର ୧୦/୦୫: ହିଂଜିଳି ପରେ କଣ୍ଟାବାଞ୍ଜିକୁ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନ ସହ ବଲାଙ୍ଗୀର ଓ ବରଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ଆସନ୍ତା କାଲି ନିଜ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ହିଂଜିଳି ପରେ ନିଜର ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ ଭାବେ କଣ୍ଟାବାଞ୍ଜିରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ନିଆଯିବ ଭୋଟ । ତା ପୂର୍ବରୁ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଭୋଟରଙ୍କ ନିକଟରେ ପହଞ୍ଚିବେ ନବୀନ ପଟ୍ଟନାୟକ । 

ରବିବାର ଦିନ ୧୧ଟାରେ ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧକେଲାରେ ପହଂଚି ସାଧାରଣ ସଭାରେ ଯୋଗ ଦେଇ ୧୧ ଟା ୪୦ ରେ ହେଲିକପ୍ଟର ଯୋଗେ ଯାଇ ୧୧ ଟା ୫୫ ରେ ଗଣ୍ଡରେଇ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ମୁରିବାହଲ ବ୍ଲକର ଗଣ୍ଡରେଇ ଖେଳ ପଡ଼ିଆରେ ଜଣାସଭାରେ ଯୋଗଦେବେ । ଏଥିପାଇଁ କଣ୍ଟାବାଞ୍ଜିରେ ସମସ୍ତ ପ୍ରସ୍ତୁତି ସାରିଥିଲା ବେଳେ ବିଜେଡି ନେତାମାନେ ବହୁତ ଉତ୍ସାହିତ ହୋଇ ପଡିଛନ୍ତି । 

କଣ୍ଟାବାଞ୍ଜିରେ ନିର୍ବାଚନ ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ବିଧାନସଭା ଆସନରେ ପ୍ରଚାର କରିବେ । ମୁରିବାହଲରୁ ହେଲିକପ୍ଟରରେ ଯାଇ କୋଶଳ କଳା ମଣ୍ଡପ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ୧୨ ଟା ୫୦ ରେ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଲିକେଶ ସିଂହଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ସପକ୍ଷରେ ଭୋଟ ପ୍ରଚାର କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.