ଦେଶର ସବୁଠୁ ବଡ଼ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଖେଳାଳିଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା ସୁଯୋଗ

Published By : Prameya-News7 Bureau | December 11, 2023 IST

ଭୁବନେଶ୍ଵର: ଓଡ଼ିଶା କ୍ରୀଡ଼ା ଇତିହାସରେ ଆଜି ଯୋଡ଼ି ହୋଇ ଯାଇଛି ନୂତନ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଦେଶର ସବୁଠୁ ବଡ଼ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି କେନ୍ଦ୍ର ଭାରତର ପ୍ରଥମ ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କ ସହଭାଗିତାରେ ସ୍ଥାପନ କରାଯାଇଛି।

wp:heading {"level":4}

ଅଧିକ ପଢନ୍ତୁ- ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ୧୬ ଜଣିଆ ଦଳ ଘୋଷଣା କଲା ଇଂଲଣ୍ଡ; ସାମ କୁରନ ଓ ଜସ ବଟଲର ଆଉଟ୍

/wp:heading

ଏଥିରେ ବିଭିନ୍ନ ବର୍ଗର ଆଥଲେଟିକ୍‌ଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ମାଇଣ୍ଡ ଲ୍ୟାବ୍ ସହ ରିହାବିଲିଟେସନ ଲ୍ୟାବ, ରିକୋଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସ୍ନାଲ ଲ୍ୟାବ, ପୋଷ୍ଟୁରାଲ ଲ୍ୟାବ, ବାୟୋମେକାନିକ୍ସ ଲ୍ୟାବ, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ ରହିଛି । ଏହା ସହିତ ବିଶିଷ୍ଟ ଆଥଲେଟିକ୍‌ଙ୍କ ଅଭ୍ୟାସ୍ ପାଇଁ ବିଶ୍ଵସ୍ତରୀୟ ବ୍ୟବସ୍ଥା କରାଯାଇଛି।

{"id":881818,"sizeSlug":"large","linkDestination":"none"}

ଏହି ବିଜ୍ଞାନ କେନ୍ଦ୍ରରେ ବିଶେଷ ପ୍ରୟୋଗଶାଳା ରହିଛି। ଏଥିରେ ଖେଳାଳିଙ୍କ ଆବଶ୍ୟକତା ଅନୁରୂପ ସବୁ ପ୍ରକାରର ସୁବିଧା, କ୍ଷମତା ବିକଶିତ ପାଇଁ ଉତ୍କୃଷ୍ଟ ଅତ୍ୟାଧୁନିକ ଉପକରଣ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ସ୍ଥାପନା କ୍ରୀଡ଼ା ପ୍ରତିଭାକୁ ଅଧିକ ବିକଶିତ କରିବା ଦିଗରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

{"id":881823,"sizeSlug":"full","linkDestination":"none"}

ପାରା ଆଥଲେଟିକ୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଏହି ସୁବିଧା କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହି ଅବସରରେ ଫାଇଭ୍ ଟି ଏବଂ ନବୀନ ଓଡିଶା, ଭି କେ ପାଣ୍ଡିଆନର ଅଧ୍ୟକ୍ଷ ଭିକେ ପାଣ୍ଡିଆନ, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ବିକାଶ କମିଶନର ଅନୁ ଗର୍ଗ ଏବଂ କ୍ରୀଡ଼ା ସଚିବ ଭିନେଲ କୃଷ୍ଣ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.