୧୭ ତମ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳୀ’ ଉଦାଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1/02/2023 at 11:46 PM

ଭୁବନେଶ୍ୱର ୦୧/୦୨: ମୁଖ୍ୟ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱରର ଜନତା ମୈଦାନରେ ୧୭ତମ ଜାତୀୟ ହସ୍ତଶିଳ୍ପମେଳା ‘ତୋଷାଳୀ’କୁ ଉଦଘାଟନ କରିଛନ୍ତି। ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ରିତା ସାହୁ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ ଯୋଗ ଦେଇ ଅଭିଭାଷଣ ରଖିଥିଲେ।

ଏହି ଅବସରରେ ୨୦୧୯ ପାଇଁ ପ୍ରଥର ଶିଳ୍ପୀ ପଦ୍ମ ବିଭୂଷଣ ଡକ୍ଟର ସୁଦର୍ଶନ ସାହୁଙ୍କୁ ଜୀବନବ୍ୟାପୀ ହସ୍ତତନ୍ତ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପଟ୍ଟଚିତ୍ର ଶିଳ୍ପୀ ବେଣୁଧର ମହାପାତ୍ରଙ୍କୁ ୨୦୨୦ ପାଇଁ ଓ ପ୍ରସ୍ତର ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ୨୦୨୧ ପାଇଁ ଏହି ପୁରସ୍କାର ଦିଆଯାଇଛି। ଫେବୃଆରୀ ୦୧ ଠାରୁ ଆସନ୍ତା ୧୨ ତାରିଖପର୍ଯ୍ୟନ୍ତ ଏହି ମେଳା ଚାଲିବ।

ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଏଥିରେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଓ ବିକାଶ ଆୟୁକ୍ତଙ୍କ ଦ୍ୱାରା ୨୫୦ ଜଣ କାରିଗରଙ୍କ ଷ୍ଟଲ, ବିଭିନ୍ନ ରାଜ୍ୟର ୫୦ ଜଣ ବୁଣାକାରଙ୍କ ହସ୍ତତନ୍ତ ଷ୍ଟଲ ରହିଛି। ସେହିପରି ରାଜ୍ୟ ହସ୍ତତନ୍ତ୍ର ନିର୍ଦ୍ଦେଶାଳୟ ଦ୍ୱାରା ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଷ୍ଟଲ ସ୍ଥାନ ପାଇଛି। ଏହା ସହିତ ମେଳାରେ ପଡ଼ିଥିବା ୨୫ଟି ଫୁଡ ଷ୍ଟଲରେ ଖାଦ୍ୟର ଭରପୁର ମଜା ନେଉଛନ୍ତି ଦର୍ଶକ। ପ୍ରତିଦିନ ଅପରାହ୍ଣ ୨:୩୦ରୁ ରାତି ୯: ୩୦ ପର୍ଯ୍ୟନ୍ତ ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଚାଲିବ।

ସୂଚନାଥାଉକି, ୨୦୨୨ ତୋଷାଳୀ ମେଳାରେ ୧୯ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ବେଳେ୧୬.୧୩ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ୨୦ ଲକ୍ଷ ଲୋକଙ୍କ ସମାଗମ ହେବା ସହି ୨୦ କୋଟିର ବ୍ୟାବସାୟିକ ହେବାର ଲକ୍ଷ୍ୟ ରହିଛି ।