ଟ୍ରେନରେ କଟି ଛଅ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା
7/06/2023 at 8:54 PM

ଭୁବନେଶ୍ୱର: ଯାଜପୁର ରୋଡ଼ ଷ୍ଟେସନ ନିକଟରେ ଟ୍ରେନ ଚକାରେ କଟି ଛଅ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ମୂଳକ ରାଶି ଭାବେ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ଦିଆଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କହି କହିଛନ୍ତି, ‘ଯାଜପୁର ରୋଡ ଷ୍ଟେସନ ଟ୍ରେନ ଅଘଟଣ ଖବର ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି’ ।
ପଢନ୍ତୁ: ଏମିତି ବି ଆସେ ମୃତ୍ୟୁ; ଟ୍ରେନ୍ ଚକାରେ କଟିଗଲେ ୬ ଜଣ, ଜଣେ ଗୁରୁତର
ଉଲ୍ଲେଖଯୋଗ୍ୟ ଯେ ବୁଧବାର ଅପରାହ୍ଣରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ବହୁ ଦିନ ଧରି ସେଠାରେ ଥିବା ୱାଗନ ତଳେ କିଛି ଶ୍ରମିକ ଶୋଇ ରହିଥିଲେ ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ୱାଗନଟି ଆପେ ଆପେ ଗଡ଼ି ଯାଇଥିଲା । ଦେଖୁ ଦେଖୁ ଭୟଙ୍କର ଅଘଟଣ ଘଟିଯାଇଥିଲା ଏବଂ ଛଅ ଜଣଙ୍କ ଜୀବନ ଚାଲି ଯାଇଥିଲା । ସମସ୍ତେ ଶ୍ରମିକ ଥିବା କୁହାଯାଉଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Also Read:୩ ଦିନ ତଳେ ହୋଇଥିଲା ବିବାହ, ହେଲେ ବାହାନଗା ଷ୍ଟେସନରେ ହୋଇଗଲେ ଅଲଗା