Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜନୈତିକ ତିକ୍ତତାକୁ ମିଠା କରିବ ଫଳ,  ପିଏମ ମୋଦୀଙ୍କୁ ଆମ୍ବ ପଠାଇଲେ ମୁଖ୍ୟମନ୍ତ୍ରୀ ମମତା

7/06/2023 at 6:29 PM

ନୂଆଦିଲ୍ଲୀ: ଅନେକ ପ୍ରସଙ୍ଗରେ ସର୍ବଦା କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୌଣସି ନା କୌଣସି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରିବାକୁ ଭୁଲନ୍ତି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ରାଜନୈତିକ ସମ୍ବନ୍ଧ ତିକ୍ତ ହେଲେ ମଧ୍ୟ ପ୍ରତି ବର୍ଷ ପିଏମ ମୋଦୀଙ୍କ ନିକଟକୁ ସୁଆଦିଆ ଆମ୍ବ ପଠାଇବାକୁ ଭୁଲନ୍ତି ନାହିଁ ମମତା। ୧୨ ବର୍ଷରୁ ଚାଲି ଆସିଥିବା ଏହି ପୁରୁଣା ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଫଳମୂଳ ପଠାଇଛନ୍ତି। ଆଉ ଏଥିରେ ସୁଆଦିଆ ଆମ୍ବ ସାମିଲ୍।

Mango to Modi: রাজনৈতিক মতবিরোধের মধ্যেও আম-সম্পর্কে বিমুখ নন আম-জনতার  নেত্রী। cm mamata banerjee sends mango to pm modi-a political gesture

ଖବର ଅନୁଯାୟୀ, ମମତା ବାନାର୍ଜୀ ପିଏମ ମୋଦୀଙ୍କୁ ହିମସାଗର, ଲକ୍ଷ୍ମଣଭୋଗ ଏବଂ ଫାଜଲି କିଷମର ୪ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଭାରତର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନିକଟକୁ ମଧ୍ୟ ଆମ୍ବ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ବାନାର୍ଜୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମଧ୍ୟ ଆମ୍ବ  ପଠାଇ ଶୁଭକାମନା ଜଣାଇଛନ୍ତି। ଏହା ପୂର୍ବରୁ ୨୦୨୧ରେ ମମତା ବାନାର୍ଜୀଙ୍କ ଉପହାର ବଦଳରେ ଶେଖ ହସିନା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୨୬୦୦ କିଲୋଗ୍ରାମ ଆମ୍ବ ପଠାଇଥିଲେ।

ଏ ଖବର ପଢନ୍ତୁ- କେନ୍ଦ୍ର କ୍ୟାବିନେଟର MSP ମାଷ୍ଟରଷ୍ଟୋକ୍; ବଢ଼ିଲା ଧାନ, ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ

ମମତା ଏବଂ ମୋଦୀଙ୍କ ମଧ୍ୟରେ ଆମ୍ବ କୂଟନୀତି ଏମିତି ସମୟରେ ହୋଇଛି, ଯେତେବେଳେ ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଙ୍କ ପ୍ରାଣହାନୀ ଘଟିଛି। ଘଟଣାରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଖୁବ୍ ଟାର୍ଗେଟ୍ କରିଛନ୍ତି। ସେ ମୃତ୍ୟୁ ସଂଖ୍ୟା ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ।

   Related Posts