ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମମତାଙ୍କ ପ୍ରତି ଜବାବ, କହିଲେ- ବିଜେପି ଏକ 'ଚିଟିଙ୍ଗବାଜ୍' ପାର୍ଟି, ନିର୍ବାଚନ ଜିତିବାକୁ କିଛି ବି କରି ପାରନ୍ତି

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଅମିତ୍ ଶାହାଙ୍କ ଉପରେ ପ୍ରତି ଆକ୍ରମଣ କରିଛନ୍ତି। ସେ କହିଛନ୍ତି ବିଜେପି ଚିଟିଙ୍ଗବାଜ୍ ପାର୍ଟି ଓ ନିର୍ବାଚନ ଜିତିବା ପାଇଁ ସେମାନେ କିଛି ବି କରି ପାରନ୍ତି। ସେ କହିଛନ୍ତି ଟିଏମସି ଆରମ୍ଭରୁ ହିଁ ନାଗରିକତା ଆଇନର ବିରୋଧ କରୁଛି। ବିଜେପି ଲୋକଙ୍କ ଭାଗ୍ୟର ନିଷ୍ପତ୍ତି କରି ପାରିବ ନାହିଁ। ଲୋକଙ୍କୁ ନିଜର ଭବିଷ୍ୟତ ନିଷ୍ପତ୍ତି ନେବାକୁ ଦିଅନ୍ତୁ। ତୃଣମୂଳ କଂଗ୍ରେସ ସିଏଏ, ଏନପିଆର ଓ ଏନସିଆର ବିରୋଧୀ। ଡିସେମ୍ବର ୨୮ରେ ବୀରଭୂମ ସରକାରୀ ଗସ୍ତରେ ଯାଉଛି ଏବଂ ଡିସେମ୍ବର ୨୯ରେ ସେଠାରେ ରାଲି କରିବି ବୋଲି ମମତା କହିଛନ୍ତି।

ଅମିତ୍ ଶାହାଙ୍କୁ ପ୍ରତି ଜବାବ ଦେଇ ମମତା କହିଛନ୍ତି, ରବିବାର ଶାହା ମିଥ୍ୟାର ଅଳିଆ ଗଦା ଫୋପାଡି ଯାଇଛନ୍ତି। ସେ ଦାବି କରିଥିଲେ ଯେ, ଶିଳ୍ପ ମାମଲାରେ ବଙ୍ଗାଲ ଜିରୋ। ମାତ୍ର ଏମଏସଏମଇ ମାମଲାରେ ପଶ୍ଚିମବଙ୍ଗ ଏକ ନମ୍ଵରରେ ରହିଛି। ଶାହା ଏହା ମଧ୍ୟ କହିଲେ ଯେ, ଆମେ ଗ୍ରାମାଞ୍ଚଳରେ ସଡକ ନିର୍ମାଣ କରିନୁ, କିନ୍ତୁ ସେହି ମାମଲାରେ ମଧ୍ୟ ଆମେ ନମ୍ବର ଓ୍ଵାନ। ଏହା ଭାରତ ସରକାରଙ୍କ ତଥ୍ୟ ବୋଲି ମମତା କହିଛନ୍ତି।

wp:html /wp:html

ଅନ୍ୟପଟେ ମମତା ବାନାର୍ଜୀ ସୋମବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଚିଠି ଲେଖି କିଷାନ ସମ୍ମାନ ନିଧି ଯୋଜନା ଆଧାରରେ କୃଷକଙ୍କ ଖାତାକୁ ଟଙ୍କା ପଠାଇବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.