ଭିଡିଓ କନଫରେନ୍ସିଂରେ ୨ଟି ଶିଳ୍ପର ଉଦ୍ଘାଟନ ଓ ୧୩ଟି ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ବର ୨୩|୮: ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ୨ଟି ଶିଳ୍ପ ପ୍ରତିଷ୍ଠାନ ର ଉଦଘାଟନ କରିବା ସହ ୧୩ଟି ପ୍ରକଳ୍ପର ଭୂମିପୂଜନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଦୁଇଟି ଶିଳ୍ପ ହେଲା ଗ୍ରାସିମ୍ ଇଣ୍ଡଷ୍ଟ୍ରି ଲିମିଟେଡର କେମିକାଲ ଡିଭିଜନ ଓ ବଲାଙ୍ଗିରର ଜ୍ୟୋତି ସୋଲାର ସଲ୍ୟୁସନ ପ୍ରା.ଲି ।ଭୂମିପୂଜନ କରିଥିବା ୧୩ଟି ପ୍ରକଳ୍ପର ପାଇଁ ମୋଟ ୨ ହଜାର ୯୦୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଯୋଗୁଁ ୩୦୯୦ କର୍ମ ନିଯୁକ୍ତି ସୃଷ୍ଟି ହେବ ।ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଶାସନ ସଚିବ, ଶିଳ୍ପମନ୍ତ୍ରୀ, ଅର୍ଥମନ୍ତ୍ରୀ, MSME ମନ୍ତ୍ରୀଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.