ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ବିପଦକାଳୀନ ସୂଚନା ଟାଓ୍ଵାର,ବନ୍ୟା ବାତ୍ୟା ସମୟରେ କରିବ ଆଲର୍ଟ

Published By : Prameya-News7 Bureau | October 29, 2018 IST

ଭୁବନେଶ୍ଵର୨୯/୧୦- କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୁର୍ବରୁ ଜନସାଧାରଣଂକୁ ସୂଚନା ଦେବ ସାଇରନ ।ରାଜ୍ୟର ପ୍ରତ୍ୟେକ ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ଏଇ ସାଇରନ ଲଗାଯିବ । ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଂକା ଖର୍ଚ୍ଚ କରିବାକୁ ଯାଉଛନ୍ତି । ରାଜ୍ୟରେ ଏହା ପ୍ରଥମ ଥର ପାଇଁ ବ୍ୟବହାର କରାଯାଉଥିବା ବେଳେ ବିପଦ ସମୟରେ ଆର୍ଲଟ କରିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟର ୧୧୨ଟି ସ୍ଥାନରେ ଜନସାଧାରଣଂକୁ  ବନ୍ୟା ଓ ବାତ୍ୟାର ସୂଚନା ପାଇଁ  ସାଇରନ ଟାଓ୍ଵାର ନିର୍ମାଣ କରାଯାଇଛି । ସୁଦୀର୍ଘ ସମୁଦ୍ରକୂଳରେ ୪୮୦ କି.ମି.ମଧ୍ୟରେ ଏହି ଟାଓ୍ଵାର ନିର୍ମାଣ କରାଯାଇଛି । ଏହା ପରବର୍ତ୍ତୀ ସମୟରେ ଗ୍ରାମାଚଂଳରେ ମଧ୍ୟ ନିର୍ମାଣ କରାଯାଇ ବିପଦକାଳୀନ ସୂଚନା ପ୍ରଦାନ କରାଯିବ । ଏଥି ସହିତ ବିପଦ ସମୟରେ ସୋସିଆଲ ମିଡ଼ିଆକୁ ବହୁଳ ଭାବରେ ବ୍ୟବହାର କରାଯିବ । ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.