ବିଧାନସଭାରେ ବହୁମତ ହାସଲ କଲେ ହେମନ୍ତ ସୋରେନ୍; ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ଚାଲିଛି ଆଲୋଚନା

Published By : Prameya-News7 Bureau | July 08, 2024 IST

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଫ୍ଲୋର୍ ଟେଷ୍ଟ ଶେଷ । ୧୩ତମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତୃତୀୟ ଥର ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବିଧାନସଭା ଅଧିବେଶନରେ ସଂଖ୍ୟା ଗରିଷ୍ଠତା ପ୍ରସ୍ତାବ ପାରିତ କରିଥିଲେ । ଫ୍ଲୋର ଟେଷ୍ଟରେ ସରକାରଙ୍କ ସପକ୍ଷରେ ୪୫ ଭୋଟ୍ ପଡିଥିଲା । ଜେଏମଏମ ପକ୍ଷରୁ 27, କଂଗ୍ରେସର 17 ଏବଂ ସିପିଆଇ (ଏମ) ପକ୍ଷରୁ ଗୋଟିଏ ଭୋଟ୍ ସରକାରଙ୍କ ସପକ୍ଷରେ ପଡ଼ିଥିଲା । ସଂଧ୍ୟା ଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମନ୍ତ୍ରିମଣ୍ଡଳ ବିସ୍ତାର କରିବେ ବୋଲି କୁହାଯାଉଛି ।    

 

ସୋମବାର  ଝଡ଼ଖଣ୍ଡ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବହୁମତ ପ୍ରସ୍ତାବ ପାରିତ କରିଥିଲେ । ବିଧାନସଭା ଅଧ୍ୟକ୍ଷ ରବିନ୍ଦ୍ର ନାଥ ମହତୋ ବହୁମତ ପ୍ରସ୍ତାବରେ ଚର୍ଚ୍ଚା କରିବାକୁ ଏକ ଘଣ୍ଟା ସମୟ ଦେଇଥିଲେ । ଏପଟେ ରାଞ୍ଚି ବିଧାନସଭା ବାହାରେ ବିଜେପି ବିଧାୟକମାନେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହେଲେ ବିଧାନସଭା ଶକ୍ତି ପରୀକ୍ଷାରେ ହେମନ୍ତ ପାସ୍ ହୋଇଛନ୍ତି ।            

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ପ୍ରଦୀପ ଯାଦବ କହିଛନ୍ତି, ରବିବାର ରାଞ୍ଚିରେ ବିଧାୟକ ଦଳ ବୈଠକ ବସିଥିଲା । ମିଟିଂରେ ଶକ୍ତି ପରୀକ୍ଷା ଏବଂ କ୍ୟାବିନେଟ୍ ବିସ୍ତାର ନେଇ ଆଲୋଚନା ହୋଇଛି । ପ୍ରଦୀପ ଯାଦବ କହିଥିଲେ, ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ରହିଛି । ସୋମବାର ବିଧାନସଭା ଅଧିବେଶନ ବେଳେ ଶାସକ ଦଳର ବିଧାୟକ ଉପସ୍ଥିତ ରହିଥିଲେ । ଫଳରେ ସହଜରେ ଶାସକ ଦଳ ବହୁମତ ସାବ୍ୟସ୍ତ କରିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.