ବିଧାନସଭାରେ ପୁରୁଣା ବଜେଟ୍ ପଢ଼ିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଅଟକାଇଦେଲେ ମନ୍ତ୍ରୀ, ବିରୋଧୀଙ୍କ ହଟ୍ଟଗୋଳ
10/02/2023 at 12:22 PM

ନୂଆଦିଳ୍ଳୀ, ୧୦/୦୨: ବିଧାନସଭାରେ ପୁରୁଣା ବଜେଟ୍ ପଢ଼ିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ବିଧାନସଭାରେ ବିରୋଧୀ ଆରମ୍ଭ କଲେ ହଟ୍ଟଗୋଳ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନିଜ ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରୁଛନ୍ତି। ହେଲେ ଏହି ସମୟରେ ଗେହଲୋଟରେ ବିଧାନସଭାରେ ପୁରୁଣା ବଜେଟ୍ ପଢ଼ିଦେଇଥିଲା। ଅବଶ୍ୟ ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟକାଇଥିଲେ। ଯାହାକୁ ନେଇ ବିଧାନସଭାରେ ହଙ୍ଗାମା ମଧ୍ୟ ହୋଇଥିଲା। ଯାହାପରେ ଗୃହ ମୁଲତବି କରାଯାଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ଅଶୋକ ଗେହଲୋଟ ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଥିବା ସମୟରେ ପୂର୍ବ ବର୍ଷର ତିନି-ଚାରି ଯୋଜନା ଯାହା ଗତ ବର୍ଷ ଲାଗୁ ହୋଇଥିଲା ତାକୁ ମଧ୍ୟ ହିସାବ କରିଥିଲେ। ଏତିକି ବେଳେ ଜଳସଂପଦ ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟକାଇଥିଲେ। ଏହା ପରେ ସେ କ୍ଷମା ମାଗିଥିଲେ। ଆଉ ଏହାକୁ ନେଇ ବିରୋଧୀ ହଙ୍ଗାମା ଆରମ୍ଭ କରିଥିଲେ। ଆଉ ଏହି ହଟ୍ଟଗୋଳ ଯୋଗୁଁ ବାଚସ୍ପତି ୩୦ ମିନିଟ୍ ବିଧାନସଭା ସ୍ଥଗିତ କରିଛନ୍ତି।