ହ୍ବାଟସ୍‌ଆପ, ଏକ୍ସ ଯୁଗରେ ଚିଠି’ର ଅସ୍ଥିତ୍ୱ, ଝିଅଙ୍କ ପାଖକୁ ଚିଠି ଲେଖିଲେ ହାଇକୋର୍ଟ ମୁଖ୍ୟ ବିଚାରପତି

Published By : Prameya-News7 Bureau | February 04, 2024 IST

ଭୁବନେଶ୍ୱର ୦୪।୦୨ : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଅକ୍ଷରଭୂମିରେ ଓଡ଼ିଆରେ ଚିଠି ଲେଖିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ।

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଅକ୍ଷରଭୂମିରେ ପହଞ୍ଚିଥିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ମୁଖ୍ୟ ବିଚାରପତି ଅଟକିଯାଇଥିଲେ ପୁରୁଣା ଚିଠି ପରମ୍ପରାର ଷ୍ଟଲ ନିକଟରେ । ହ୍ବାଟସ୍‌ଆପ, ଟ୍ବିଟର ଯୁଗରେ ଚିଠି ତା’ର ଅସ୍ଥିତ୍ବ ହରାଉଥିବା ବେଳେ ଶହ ଶହ ଓଡ଼ିଆ ଏହି ଅବସରରେ ଚିଠି ଖଣ୍ଡେ ଲେଖିବାକୁ ନେଇ ଖୁବ୍‌ ଉତ୍ସାହିତ ଥିଲେ । ଏହାରି ଭିତରେ ଦେଖିବାକୁ ମିଳିଥିଲା ମୁଖ୍ୟ ବିଚାରପତି ଚିଠିଲେଖା ।  ଏଭଳି ସୁଯୋଗକୁ ହାତଛଡ଼ା ନକରି ପୋଷ୍ଟକାର୍ଡ଼ ଖଣ୍ଡେ ଧରି ଚିଠି ଲେଖିବାକୁ ବସିପଡ଼ିଥିଲେ ମୁଖ୍ୟ ବିଚାରପତି । ସୁନ୍ଦର ଓଡ଼ିଆ ଅକ୍ଷରରେ ନିଜ ଝିଅ ପାଖକୁ ଲେଖିଥିଲେ ଚିଠି । ଚିଠି ଲେଖିବା ବେଳେ ସେ ବେଶ୍‌ ଭାବପ୍ରବଣ ହୋଇପଡ଼ିଥିଲେ । ଏତେ ବର୍ଷ ପରେ ପୁଣି ଚିଠି ଲେଖିବାର ସୁଯୋଗ ତାଙ୍କୁ ଆନନ୍ଦିତ କରିଥିଲା  । ଚିଠି ଲେଖିବା ପରେ ଏଥିରେ ଷ୍ଟାମ୍ପ ଲଗାଇବା ସହ  ଚିଠିଟିକୁ ନେଇ ସେଠାରେ ରଖାଯାଇଥିବା ପୋଷ୍ଟ ଲେଟର ବକ୍ସରେ ପକାଇଥିଲେ । ପୂର୍ବରୁ ଓଡ଼ିଆରେ ଚିଠି ଲେଖିବା ପ୍ରତି ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କର ଆଗ୍ରହ ରହିଥିବା କଥା କହିଥିଲେ ତାଙ୍କ ସହ ଆସିଥିବା ଜଣେ ସହଯୋଗୀ ।

wp:html /wp:html

ବିଚାରପତିଙ୍କର ଏଭଳି ଚିଠି ଲେଖା ଦୃଶ୍ୟ ସେଠାରେ ଉପସ୍ଥିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଉ ଏହି ସମୟରେ ସମ୍ପୂର୍ଣ୍ଣ ଦୃଶ୍ୟକୁ କ୍ୟାମେରାରେ କଏଦ ହୋଇଥିଲା । ସେପଟେ ପୁରୁଣା ଚିଠି ପରମ୍ପରାକୁ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ପୁଣି ଥରେ ଉଜ୍ଜିବୀତ କରିବାକୁ ଉଦ୍ୟମ କରିଥିବା ଅନୁଷ୍ଠାନର ପ୍ରତିନିଧି ଜଣକ ମୁଖ୍ୟ ବିଚାରପତିଙ୍କ ଏଭଳି ଆଗ୍ରହକୁ ଦେଖି ବେଶ୍‌ ଖୁସିବ୍ୟକ୍ତ କରିଥିଲେ । ଓଡ଼ିଆ ନହୋଇ ମଧ୍ୟ ଏହି ପ୍ରତିନିଧିଙ୍କର ଓଡ଼ିଆ ପ୍ରତି ଥିବା ଭଲପାଇବା ଦେଖି ଆନନ୍ଦିତ ହୋଇଥିଲେ  ମୁଖ୍ୟ ବିଚାରପତି ।

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଆଧୁନିକ ଯୁଗରେ  ଓଡ଼ିଆ ଭାଷାକୁ ଆହୁରି ସମୃଦ୍ଧ କରିବାକୁ ରାଜ୍ୟ ସରକାର ଯେଉଁ ପ୍ରୟାସ କରିଛନ୍ତି । ତାହାକୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ । ରାଜ୍ୟରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାକୁ ନେଇ ଏତେ ବଡ଼ କାର୍ଯ୍ୟକ୍ରମ ଦେଶ ବିଦେଶର ଓଡ଼ିଆଙ୍କ ଭିତରେ ଅପୂର୍ବ ଉତ୍ସାହ ଆଣିଛି ।  

wp:embed {"url":"https://www.prameyanews7.com/poonam-pandey-alive-case-registered/","type":"wp-embed","providerNameSlug":"prameya-news-7"}
https://www.prameyanews7.com/poonam-pandey-alive-case-registered/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.