ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ପଜିଟିଭ୍
15/08/2020 at 10:20 PM

ଜୟପୁର ୧୫।୦୮: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଶନିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ମୁଖ୍ୟ ବିଚାରପତି ନିଜକୁ କ୍ଵାରେଣ୍ଟାଇନ୍ କରିଛନ୍ତି।
ଏହା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ଵିଟ୍ କରି କହିଛନ୍ତି, ମୁଁ ଜାଣିବାକୁ ପାଇଲି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଇନ୍ଦ୍ରଜିତ ମହାନ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଁ ତାଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରୁଛି।
I have come to know Chief Justice of #Rajasthan High Court, Sh. Indrajit Mahanty has tested positive for #Covid_19…concerned about his health. Wish him a speedy recovery.
— Ashok Gehlot (@ashokgehlot51) August 15, 2020
ଉଲ୍ଲେଖନୀୟ ଜଷ୍ଟିସ ମହାନ୍ତି ୨୦୧୯ ଅକ୍ଟୋବର ୬ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଶପତ ନେଇଥିଲେ। ରାଜ୍ୟପାଳ କଲରାଜ ମିଶ୍ର ମହାନ୍ତିଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।