୭୪ ଦିନରେ ଅବସର ନେବେ ସିଜେଆଇ ୟୁୟୁ ଲଲିତ, ଜାଣନ୍ତୁ ପ୍ରଧାନ ବିଚାରପତି ପଦରେ ୧୦୦ ଦିନରୁ କମ ରହିଥିବା ନ୍ୟାୟମୂର୍ତ୍ତିଙ୍କ ନାଁ

Published By : Prameya-News7 Bureau | August 27, 2022 IST

ନୂଆଦିଲ୍ଲୀ: ଜଷ୍ଟିସ ୟୁୟୁ ଲଲିତ ଶନିବାର ଦେଶର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଉଦୟ ଉମେଶ ଲଲିତ ଭାରତୀୟ ନ୍ୟାୟପାଳିକାରେ ଷଷ୍ଠ ମୁଖ୍ୟ, ଯାହାଙ୍କ କାର୍ଯ୍ୟକାଳ ୧୦୦ ଦିନରୁ କମ ହେବ । ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ୭୪ ଦିନରେ ହେବ ଏବଂ ନଭେମ୍ୱର ୮ରେ ସେବାରୁ ଅବସର ନେବେ।

ଆସନ୍ତୁ ଜାଣିବା ୧୦୦ ଦିନରୁ କମ କାର୍ଯ୍ୟକାଳ ଥିବା ପ୍ରଧାନ ବିଚାରପତି ବିଷୟରେ

ଜଷ୍ଟିସ କମଲ ନାରାୟଣ ସିଂ

ପୂର୍ବତନ ପ୍ରଧାନ ବିଚାରପତି କମଲ ନାରାୟଣ ସିଂଙ୍କ କାର୍ଯ୍ୟକାଳ ମାତ୍ର ୧୮ ଦିନ ଥିଲା । ୧୯୯୧ ମସିହା ନଭେମ୍ୱର ୨୫ରେ ସେ ପ୍ରଧାନ ବିଚାରପତି ଭାରେ ଶପଥ ନେଇଥିଲେ । ୧୯୯୧ ଡିସେମ୍ୱର ୧୨ ଯାଏଁ ଏହି ଦାୟିତ୍ୱରେ ଥିଲେ।

ଜଷ୍ଟିସ ଏସ ରାଜେନ୍ଦ୍ର ବାବୁ

ଜଷ୍ଟିସ ଏସ ରାଜେନ୍ଦ୍ର ବାବୁ ୨୦୦୪ ମେ ୨ରୁ ମେ ୩୧ ଯାଏଁ ସିଜେଇ ଭାବେ ସେବା ପ୍ରଦାନ କରିଥିଲେ । ନ୍ୟାୟମୂର୍ତ୍ତି ବାବୁଙ୍କ କାର୍ଯ୍ୟକାଳ ୩୦ ଦିନର ଥିଲା ।

ଜଷ୍ଟିସ ଜେସି ଶାହ

ଜଷ୍ଟିସ ଜେସି ଶାହ ୩୬ ଦିନ ଯାଏଁ ଦେଶର ପ୍ରଧାନ ବିଚାରପତି ଥିଲେ । ତାଙ୍କର କାର୍ଯ୍ୟକାଳ ୧୯୭୦ ଡିସେମ୍ୱର ୧୭ରୁ ୧୯୭୧ ଜାନୁଆରୀ ୨୧ ଯାଏଁ ଥିଲା।

ଜଷ୍ଟିସ ଜିବି ପଟ୍ଟନାୟକ

ଜଷ୍ଟିସ ଜିବି ପଟ୍ଟନାୟକ ପ୍ରଧାନ ବିଚାରପତି ଭାବେ ୪୧ ଦିନ ଯାଏଁ ଦାୟିତ୍ୱ ସମ୍ଭାଳିଥିଲେ । ସେ ୨୦୦୨ ନଭେମ୍ୱର ୮ରୁ ଡିସେମ୍ୱର ୧୮ ଯାଏଁ ଏହି ପଦରେ ଥିଲେ।

ଜଷ୍ଟିସ ଏଲଏମ ଶର୍ମା

ଜଷ୍ଟିସ ଏଲଏମ ଶର୍ମାଙ୍କ କାର୍ଯ୍ୟକାଳ ୮୬ ଦିନର ଥିଲା । ସେ ୧୯୯୨ ନଭେମ୍ୱର ୧୮ରୁ ୧୯୯୩ ଫେବ୍ରୁଆରୀ ୧୧ ଯାଏଁ ଭାରତର ପ୍ରଧାନ ବିଚାରପତି ଭାବେ ସେବା ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.