ଦୁଇ ଝିଅଙ୍କୁ ଧରି ସୁପ୍ରିମକୋର୍ଟରେ ପହଞ୍ଚିଲେ ସିଜେଆଇ, ଦେଖାଇଲେ କୋର୍ଟରେ କେମିତି ହୁଏ କାମ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନ ବିଚାରପତି କୋର୍ଟ ପରିସରରେ ପହଞ୍ଚିବା ପରେ ସେଠାରେ ଥିବା ବରିଷ୍ଠ ବିଚାରପତିଙ୍କ ସହ ଆଇନଜୀବୀ ଚକିତ ହୋଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ନିଜର ଦୁଇ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଆଜି କୋର୍ଟରେ ପହଞ୍ଚିଥିଲେ । ଏହାପରେ ଦୁହିଁରେ କୋର୍ଟ ପରିସର ବୁଲାଇ ଦେଖାଇଥିଲେ ।

ସକାଳ ୧୦ଟା ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ କୋର୍ଟରେ ପହଞ୍ଚିଥିଲେ । ତେବେ ସେ ନିଜର ଦୁଇ ଝିଅଙ୍କୁ ଧରି ପବ୍ଲିକ ଗ୍ୟାଲେରୀ ଦେଇ ପ୍ରବେଶ କରିଥିଲେ । ଏହାପରେ ସେ ଦୁହିଁଙ୍କୁ ସିଜେଆଇ କୋର୍ଟ ରୁମ୍ ନମ୍ୱର ୧ ବୁଲାଇବାକୁ ନେଇଥିଲେ । ଏହାସହ କୋର୍ଟ କିପରି କାର୍ଯ୍ୟକରେ ତାହା ଦେଖାଇଥିଲେ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ନିଜ ଝିଅ ମାହି(୧୬) ଏବଂ ପ୍ରିୟଙ୍କା (୨୦)ଙ୍କୁ ବିଚାରପତି କେଉଁଠି ବସନ୍ତି ଏବଂ ଆଇନଜୀବୀ କେଉଁ ବିତର୍କ କରନ୍ତି ସେହି ସ୍ଥାନ ଦେଖାଇଥିଲେ । ଏହାପରେ ନିଜ ଚାମ୍ପ୍ୱରକୁ ନେଇ ବୁଲାଇଥିଲେ ।

ତେବେ ସୂତ୍ର ଅନୁସାରେ ପ୍ରଧାନ ବିଚାରପତିଙ୍କ ଦୁଇ ଝିଅ ସୁପ୍ରିମକୋର୍ଟ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଝିଅଙ୍କ ଇଚ୍ଛା ପୂରଣ କରିବା ପାଇଁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.