ଭୁବନେଶ୍ୱର ୧୧/୦୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ଭୋଟ୍ ପୂର୍ବରୁ ଘରେ ଭୋଟ୍ ଦେଲେ ୩୬୩୬ ଭୋଟର । ୧୩ ମେରେ ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ ।
ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ । ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୪ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୦ ବର୍ଷ ଉର୍ଦ୍ଧ୍ୱ ଭୋଟର । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ । ଏଥିପାଇଁ ୧୪ ଟି ଅତିରିକ୍ତ ମତଦାନ କେନ୍ଦ୍ର ହୋଇଛି ।
କୋରାପୁଟ ସଂସଦୀୟରେ ସର୍ବନିମ୍ନ କଳାହାଣ୍ଡିରେ ସର୍ବାଧିକ ଭୋଟର । ସେହିପରି ଲକ୍ଷ୍ମୀପୁର ବିଧାନସଭା ରେ ସର୍ବନିମ୍ନ ଧର୍ମଗଡ଼ ସର୍ବାଧିକ ଭୋଟର । ୧୯୨୪ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ୍ ଥିବାବେଳେ ଆଦର୍ଶ ବୁଥ ରହିଛି ୧୨୭୬ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ।
କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧ ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ । ୬୦% ବୁଥ୍ରେ live ଷ୍ଟ୍ରିମିଂ ହେବ । ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲାଟ ବ୍ୟବହାର ହେବ । ୧୮ହଜାର ୫୩୯ ବାଲାଟ ୟୁନିଟ । ୧୨୦୦ ପୋଲିଂ ଷ୍ଟେସନରେ ୪ ଟା ପର୍ଯ୍ୟନ୍ତ ଭୋଟିଂ ହେବାକୁ ଥିବାବେଳେ ୫ଟା ପର୍ଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବ । ୨୫୭୫ ବୁଥରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଭୋଟ । ୭୩୬୩ ପୋଲିଂ ଭିତରୁ ୧୨୪୬ ବୁଥ କ୍ରିଟିକାଲ ଷ୍ଟେସନ ।
ଏଥିପାଇଁ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିଯୁକ୍ତ । ବର୍ତ୍ତମାନ ୯ ତାରିଖ ସୁଦ୍ଧା ୩୬୩୬ ଜଣ ଘରେ ଭୋଟ ଦେଇସାରିଛନ୍ତି । ଭୋଟରଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବାପାଇଁ ରାୟଗଡାରେ ଆଦିମ ଜନ ଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହାତ ଫଙ୍ଖାରେ ସଚେତନତା ଲେଖାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ଗୋପାଳପୁର, ତାରାତାରିଣୀ ମନ୍ଦିର ଓ ରାମ ଲିଙ୍ଗେଶ୍ୱର ପାଖରେ ବ୍ୟବହାର କରାଯାଇଛି । ନୂଆପଡାରେ ଚାଷୀ ମାନେ ଷ୍ଟ୍ର୍ରବେରୀରି ପ୍ୟାକେଟ ରେ ନିର୍ବାଚନ ତାରିଖ ଲେଖାଯାଇଛି ।
ବହୁଳ ସଂଖ୍ୟାରେ ମତଦାନ ପାଇଁ ନିବେଦନ କଲେ ceo । ବୁଥ ପ୍ରସ୍ତୁତ, ପୋଲିଂ ଷ୍ଟେସନ ପ୍ରସ୍ତୁତ ଭୋଟର ଆସି ମତଦାନ କରନ୍ତୁ । ଏହି ନିର୍ବାଚନକୁ ତଦାରଖ କରିବା ପାଇଁ ୨୩ ଜଣ ଅବଜର୍ଭର ନିଯୁକ୍ତି ହୋଇଛନ୍ତି । ଜେନେରାଲ ୮, ପୋଲିଂ ୩ ଓ ଏକ୍ସପେଣ୍ଡେଜର ୧୨ ଜଣ ନିଯୁକ୍ତ ।