scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋର୍ଟରେ ଚୌକିରେ ବସିବାକୁ କୁହାଗଲା ବେଳେ ପି. ଚିଦାମ୍ବରମ୍ କହିଲେ ଏମିତି…

23/08/2019 at 2:24 PM

ନୂଆଦିଲ୍ଲୀ ୨୩|୮: ଆଇଏନଏକ୍ସ ମିଡିଆ ମାମଲାରେ ୫ ଦିନିଆ ସିବିଆଇ ରିମାଣ୍ଡରେ ଅଛନ୍ତି ପୂର୍ବତନ ଅର୍ଥ ତଥା ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ । ଗୁରୁବାର ଦିନ ସିବିଆଇ ଚିଦାମ୍ବରମ୍ଙ୍କୁ ସିବିଆଇ କୋର୍ଟରେ ହାଜର କରିଥିଲା । କୋର୍ଟରେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ତର୍କ ବିତର୍କ ଚାଲିଥିଲା । ଉଭୟ ପକ୍ଷ ନିଜ ନିଜର ପକ୍ଷ ରଖିଥିଲେ । କୋର୍ଟରେ ତର୍କ ଚାଲିଥିବାବେଳେ ଚିଦାମ୍ବରମ୍ କୋର୍ଟରେ ଛିଡାହୋଇ ରହିଥିଲେ । ଚିଦାମ୍ବରମ୍ଙ୍କୁ ସିବିଆଇ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ସିବିଆଇ ଆବେଦନ ଉପରେ ତର୍କ ଚାଲିଥିବା ବେଳେ ବିଚାରପତି, ସଲିସିଟର ଜେନେରାଲ ତୁଷାର ମେହତା ଏବଂ ସିବିଆଇ ପକ୍ଷରୁ ବସିବାକୁ ଚିଦାମ୍ବରମ୍ ଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ଚିଦାମ୍ବରମ୍ ଠିଆହୋଇ ରହିଥିଲେ । ବାରମ୍ବାର ବସିବାକୁ କୁହାଯିବା ପରେ ସେ କହିଥିଲେ ଯେ, ‘ନା… ନା… ଠିକ୍ ଅଛି… ମୁଁ ଠିଆହୋଇ ରହିବି… ।’ କେବଳ ଏତିକି ନୁହେଁ ମଝିରେ ମଝିରେ ସେ ହସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

କୋର୍ଟରେ କାଠଗଡା ନିକଟକୁ ଏକ ଚୌକି ମଧ୍ୟ ଅଣାଯାଇଥିଲା । ମାତ୍ର ଚିଦାମ୍ବରମ୍ ବସିବାକୁ ମନାକରିଦେଇଥିଲେ । କୋର୍ଟର ଶୁଣାଣି ଶେଷ ପର୍ଯ୍ୟନ୍ତ ସେ କାଠଗଡାରେ ଠିଆହୋଇ ରହିଥିଲେ ।

ଯେତେବେଳେ ଚିଦାମ୍ବରମ୍ଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟକୁ ଅଣାଯାଇଥିଲା ସେତେବେଳେ ସେଠାରେ ଥିବା ଓକିଲଙ୍କୁ ସେ ହାତ ଯୋଡି ନମସ୍କାର କରିଥିଲେ । ସେତେବେଳେ ବି ତାଙ୍କ ମୁହଁରେ ହସ ଥିଲା । କୋର୍ଟରେ ପ୍ରବେଶ କରିବା ସମୟରେ ସେ ତାଙ୍କ ଓକିଲ କପିଲ ସିବଲ, ଅଭିଷେକ ମନୁ ସିଂଘଭୀଙ୍କ ସହ ଗମ୍ଭୀର ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପୂର୍ବତନ ଅର୍ଥ ତଥା ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି । ଗତକାଲିଠାରୁ ସିବିଆଇ ରିମାଣ୍ଡରେ ଅଛନ୍ତି ଚିଦାମ୍ବରମ୍ ।

   Related Posts