scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବଢିଲା , ଅଗଷ୍ଟ ୩୦ ଯାଏଁ ରହିବେ ସିବିଆଇ ହେବାପଜତରେ

26/08/2019 at 5:08 PM

ନୂଆଦିଲ୍ଲୀ . – ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରଙ୍କର ରିମାଣ୍ଡ ଅବଧି ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ସିବିଆଇ ରିମାଣ୍ଡକୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ ପକ୍ଷରୁ ରିମାଣ୍ଡ ଅବଧିକୁ ବୃଦ୍ଧି କରିବା ପାଇଁ ଆବେଦନ କରାଯାଇଥିଲା ।

ଆଇଏନ୍‌ଏକ୍ସି ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ଜେରା କରୁଛି । ତାଙ୍କର ରିମାଣ୍ଡ ସମୟକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟପ୍ତ ପ୍ରମାଣ ରହିଛି ବୋଲି ଅଦାଲତ କହିଛନ୍ତି । ଅଗଷ୍ଟ ୨୩ -୨୬ ତାରିଖ ପର୍ଯ୍ୟନ୍ତ ଏଥିରେ ଥିବା ଅନ୍ୟ ଅଭିଯୁକ୍ତ ସାମ୍ନା ସାମ୍ନି ଜେରା କରାଯାଇଥିଲା।
ଏହା ସମ୍ପୂର୍ଣ୍ଣ ହୋଇ ନଥିବା ଯାଞ୍ଚ କରାଯାଉଥିବା ସଂସ୍ଥା ଦ୍ୱାରା ଅଦାଲତଙ୍କୁ ସୂଚନା ଦିଆଯାଇଥିଲା ।ଏହି ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ କରାଯାଇଥିବା ଇ-ମେଲ୍‌ ବାର୍ତ୍ତାକୁ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଇଥିଲା ।
ଅଗଷ୍ଟ ୨୨ ତାରଖରେ ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ସିବିଆଇ ଅଦାଲତ ଅନୁମତି ପ୍ରଦାନ କରିଥିଲେ ।
ପି ଚିଦାମ୍ବରମଙ୍କୁ ତାଙ୍କ ସହ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କ ଏକାଠି ଜେରା କରିବାପାଇଁ ଆଉ ୫ ଦିନ ସମୟ ଦରକାର ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ କେଉଁ ଅଭିଯୁକ୍ତଙ୍କ ସହ ତାଙ୍କର ସାମ୍ନା ସାମ୍ନି ଜେରା ହେବା ସେ ବିଷୟରେ ସୂଚନା ଦିଆଯାଇ ନାହିଁ ।
ଗତ ଚାରି ଦିନମଧ୍ୟରେ ସିବିଆଇ କଣ କରିଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ । ସିବିଆଇ ପକ୍ଷରୁ ଏହାର ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇଥିଲା ।

   Related Posts