କରୋନା ଆତଙ୍କରେ ବହୁତ ଶସ୍ତା ହେଲା ଚିକେନ୍, କେଉଁଠି ୧୦ ତ କେଉଁଠି ୩୦-୪୦ ଟଙ୍କାରେ ମିଳୁଛି ଚିକେନ୍

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩ : କରୋନା ଭୂତାଣୁର ପ୍ରକୋପରୁ ରକ୍ଷା ପାଇବା ଲାଗି ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ଡାକ୍ତର ଓ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ମଧ୍ୟ  ଜାରି କରାଯାଉଛି। କରୋନାର ଆତଙ୍କ କାରଣରୁ କିଛି ଖାସ୍ ପ୍ରକାରର ଖାଦ୍ୟଠୁ ବି ଲୋକେ ମୁହଁ ଫେରେଇ ନେଲେଣି। ଏହି କାରଣରୁ ଆଜି ବଜାରରେ କୁକୁଡା ମାଂସର ଚାହିଦା ଅହେତୁକ ହ୍ରାସ ଘଟିଛି। ସ୍ଥିତି ଏମିତି ଯେ ସମଗ୍ର ଦେଶରେ ଚିକେନ କିଲୋ ୧୦ ରୁ ୪୦  ଟଙ୍କାକୁ ଖସି ଆସିଛି। କରୋନା ଭୂତାଣୁର ଭୟାବହତା ପୂର୍ବରୁ ଏହି ଚିକେନ୍ କିଲୋ ପ୍ରତି ୧୬୦ ରୁ ୧୭୦ ଟଙ୍କାରେ ବିକ୍ରି ହେଉଥିଲା। ସେହି ପରି ଅଣ୍ଡାର ମଧ୍ୟ ହୋଲସେଟ୍ ରେଟ୍‌ରେ ହ୍ରାସ ଘଟିଛି।

{"id":237809,"width":600,"height":338,"sizeSlug":"large"}

ଓଡିଶାରେ ମଧ୍ୟ କୁକୁଡା  ମାଂସର ଚାହିଦା ହ୍ରାସ ଘଟିଛି। ରାଜ୍ୟର କେଉଁଠି କୁକୁଡା କିଲୋ ପିଛା ୧୦ ଟଙ୍କାରେ ମିଳୁଛି ତ କେଉଁଠି ୩୦ ତ ଆଉ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀ କହୁଛନ୍ତି ଯେ, କରୋନା ଭୟରେ ଲୋକେ କିଛି ଦିନ ହେବ କୁକୁଡା ମାଂସଠୁ ମୁହଁ ଫେରେଇ ନେଇଛନ୍ତି। ଫଳରେ କୁକୁଡା ମାଂସ ଦର ବହୁତ ଶସ୍ତା ହୋଇ ଯାଇଛି। ଭୁବନେଶ୍ଵରର ଅନେକ ବଜାରରେ ଚିକେନ୍ କିଲୋ ୭୫ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଦେଶର ଅନେକ ଭାଗରେ ଚିକେନ୍ କେଜି ପ୍ରତି ୧୦ ରୁ ୪୦ ଟଙ୍କାରେ ବିକ୍ରି ହେଉଛି।

ଦକ୍ଷିଣ ଭାରତରେ ତ ଚିକେନ୍ କିଲୋ ୧୦ ଟଙ୍କାରେ କିଣିବାକୁ  ଲୋକେ ପ୍ରସ୍ତୁତ ନାହାନ୍ତି। ଉତ୍ତର ପ୍ରଦେଶରେ ଚିକେନ୍ କିଲୋ ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ସେହି ପରି କର୍ଣ୍ଣାଟକରେ ଦେଶରେ ସବୁଠୁ ଶସ୍ତାରେ ଚିକେନ୍ ମିଳୁଛି। ଏଠାରେ କିଲୋ ପ୍ରତି ଚିକେନ୍ ୧୦ ଟଙ୍କାରେ ବିକ୍ରି ହେଉଛି। ଏହି ପରି ମହାରାଷ୍ଟ୍ରରେ ୧୦, ତେଲଙ୍ଗାନାରେ ୧୧, ଆନ୍ଧ୍ର ପ୍ରଦେଶରେ ୧୨, ମଧ୍ୟ ପ୍ରଦେଶରେ ୨୨, ଓଡିଶାରେ ୧୮ ରୁ ୨୨ ଓ ଗୁଜରାଟରେ ୧୪ ରୁ ୨୮ ଟଙ୍କାରେ କୁକୁଡା ବିକ୍ରି  ହେଉଛି। କେଉଁଠି କେଉଁଠି ତ ହୋଲସେଲ୍ ଗାଡିରେ କୁକୁଡା ନେଇ  ଗଳି କନ୍ଦିରେ ୧୦୦ ଟଙ୍କାରେ ତିନୋଟି କୁକୁଡା ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି।

{"id":237812,"width":590,"height":421,"sizeSlug":"large"}

 ଅଣ୍ଡା ଦରରେ ମଧ୍ୟ  ହ୍ରାସ

ପୋଲ୍‌ଟ୍ରୀ  ଫାର୍ମର ମାଲିକ ଅନିଲ ଶାକ୍ୟ କହିଛନ୍ତି ଯେ, ୭ ରୁ ୮ ଦିନ ପୂର୍ବେ ୩.୫୦ ଟଙ୍କାରୁ ନେଇ ୩.୭୫ ଟଙ୍କା ପର୍ଯ୍ୟନ୍ତ ଅଣ୍ଡା ବିକ୍ରି ହେଉଥିଲା। ମାତ୍ର କରୋନା ଭୂତାଣୁର ଆତଙ୍କ କାରଣରୁ ଆଜି ଗୋଟିଏ ଅଣ୍ଡା ୨.୭୫ ଟଙ୍କାରେ ବିକ୍ରି ହେଉଛି। ଏହି ରେଟ୍ ପୋଲ୍‌ଟ୍ରୀ ଫାର୍ମ ଓ ହୋଲସେଲର ମଧ୍ୟରେ ରହିଛି। ମାତ୍ର ଏବେ ମଧ୍ୟ ଅଣ୍ଡା ଦାମ କମ ହେବାର ଫାଇଦା ଗ୍ରାହକଙ୍କୁ ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.