ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଚିକେନ ଖାଉଥିବା ଲୋକେ ଜାଣି ରଖନ୍ତୁ ଏହି ୮ଟି କଥା : ପଢ଼ନ୍ତୁ ପୂରା ଖବର

25/05/2019 at 5:11 PM

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ଭଲ ପାଆନ୍ତି। ଚିକେନ ନାଁ ଶୁଣିବା ମାତ୍ରେ ଲୋକଙ୍କ ପାଟିରୁ ଲାଳ ବୋହିଥାଏ। ଆଜି ଆମେ ଚିକେନ ବିଷୟରେ କେତେକ ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ଜାଣିବା

ଆମେ ସମସ୍ତେ ଜାଣିଛୁ ଯେ ଚିକେନ ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ କେତେ ଲାଭଦାୟକ। ଚିକେନରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ବି୫ ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଖାଇବା ଦ୍ବାରା ଆମେ ମାନସିକ ଅବସାଦରୁ ଦୂରରେ ରହିବା ସହିତ ଖୁସି ରହିଥାଉ।

ଚିକେନରେ ପ୍ରୋଟିନ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ଯାହା ଆମ ଶରୀରର ବିକାଶ ଦିଗରେ କାମ କରିଥାଏ।

  ଏଥିରେ ଥିବା ଫସଫରସ୍ ଆମ ଦାନ୍ତ ଏବଂ ହାଡ଼ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

 ଚିକେନ ବାଇଟ ମିଟରେ ଆସିଥାଏ ଯାହା ଆମ ମାଂସପେଶୀ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ମାଂସପେଶୀର ବିକାଶ ହେବା ସହ ମଜବୁତ ହୋଇଥାଏ।

ପ୍ରାୟ ଅଧିକାଂଶ ଲୋକ ଚିକେନ ସୁପ ପିଇଥାଆନ୍ତି ଏବଂ ଚିକେନ ସୁପ୍ ପିଇବା ଦ୍ବାରା ତାଜାପଣ ଲାଗିଥାଏ। କେତେକ ଲୋକ ମାର୍କେଟରୁ ଚିକେନ ସୁପ୍ ଆଣି ପିଇଥାଆନ୍ତି। କିନ୍ତୁ ଘରେ ଚିକେନ ସୁପ୍ କରି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।

ସାଧାରଣ ଖାଦ୍ୟରେ ଜିଙ୍କର ମାତ୍ରା କମ୍ ଥାଏ। କିନ୍ତୁ ଚିକେନରେ ଜିଙ୍କର ମାତ୍ରା ଅଧିକ ଥାଏ।

ଯଦି ଆପଣଙ୍କ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହେଉଛି ତେବେ ଆପଣଙ୍କୁ ଚିକେନ୍ ଖାଇବା ଜରୁରୀ। ଏଥିରେ ସେଲେନିୟମ୍ ରହିଥାଏ।

ଚିକେନରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ରହିଥାଏ ଯାହା ଦ୍ବାରା ଆମ ହାଡ଼ ମଜବୁତ ହୋଇଥାଏ। ଏହା ଉଚ୍ଚତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

   Related Posts