ଚଇତି ତୃତୀୟ ଦିନରେ ଭକ୍ତମୟ ଘଟଗାଁ ମା ତାରିଣୀ ପୀଠ, ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ

Published By : Prameya-News7 Bureau | April 11, 2022 IST

ଘଟଗାଁ ୧୧/୦୪: ମହାଆଡମ୍ବରରେ ଚାଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ । ଦୀର୍ଘ ସାତ ଦିନ ଧରି ପାଳିତ ହେଉଥିବା ଚଇତି ଯାତର ଆଜି ତୃତୀୟ ଦିନ । ତୃତୀୟ ଦିନରେ ମଧ୍ୟ ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ମା ତାରିଣୀଙ୍କ ସୁନା ବେଶ ଦର୍ଶନ ପାଇଁ ।

ଦ୍ୱିତୀୟ ଦିନରେ ଆଜି ମାଙ୍କ ନିକଟରେ ସକାଳ ଭୋର ୩ଟା ରାତିରୁ ମାଙ୍କ ସେବାୟତ ମାନେ ମାଙ୍କର ମହାସ୍ନାନ, ବଡ ସିଂହାର, ମାଜଣା, ଦ୍ବିପ ପ୍ରଜ୍ବଳନ ଇତ୍ୟାଦି ନୀତିକାନ୍ତି ସମାପନ କରି ମାଙ୍କୁ ସୁନା ବେଶରେ ସୁସଜ୍ଜିତ କରିଥିଲେ । ପରେ ୭ଟାରେ ମାଙ୍କ ପହଡ ଖୋଲିଥିଲେ ।

ତେବେ ଶୁଣିବାକୁ ମିଳେ ମାଙ୍କ ଚଇତି ପର୍ବର ସୁନାବେଶ ଖୁବ୍ ମନଲୋଭା ଏବଂ ଏହି ଦିନ ଗୁଡିକରେ ମାଙ୍କୁ ଦର୍ଶନ କରି ମାକୁ ଯାହା ମାଗିଥାଏ, ମା ତାର ମନୋସ୍କାମନା ଅବିଳମ୍ବେ ପୁରଣ କରିଥାନ୍ତି । ଯାହାକୁ ଦେଖିବା ପାଇଁ ଆଜି ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରତି ଭକ୍ତ ମାଙ୍କ ପାଖକୁ କେବଳ ୨ଟି ନଡିଆ ନେଇ ମାଙ୍କୁ ଦର୍ଶନ କରିବେ ।

ଯେଉଁ ଭକ୍ତ ୧୦୮ କିମ୍ବା ଅଧିକ ସଂଖ୍ୟକ ମାନସିକ ନଡିଆ ମାଙ୍କ ପାଖରେ ସମର୍ପଣ କରିବାକୁ ଆସିଥିବେ ସେମାନଙ୍କ ମାନସିକ ନଡିଆକୁ ମାଙ୍କ ପରିସରରେ ବିରାଜ ମାନ ଥିବା ମା ଦୁଆରଶୁଣୀଙ୍କ ନିକଟରେ ଲଗାଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ, ମନ୍ଦିର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.