ନୂଆଦିଲ୍ଲୀ ୨୭/୦୫: ଚେହେରାର ଡାର୍କନେସ ଦୂର କରିବା ପାଇଁ ଝିଅମାନେ ମହଙ୍ଗା କ୍ରିମ୍ ଏବଂ ବିଭିନ୍ନ ଚିକିତ୍ସା କରିଥାନ୍ତି । କିନ୍ତୁ, ଏହା ଦ୍ୱାରା ବିଶେଷ କିଛି ଫରକ ପଡିନଥାଏ । କିନ୍ତୁ ଆପଣ ଏହାକୁ ଘରୋଇ ଫେସପ୍ୟାକ୍ ମାଧ୍ୟମରେ ଦୁର କରିପାରିବେ । ଏହା କେବଳ ଡାର୍କନେସ୍ ଦୁର କରିବ ନାହିଁ, ଚର୍ମ କୁଞ୍ଚନ ମଧ୍ୟ ଦୁର କରିବାରେ ସହାୟକ ହେବ ।ଏହାକୁ ତିଆରି କରିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ ନାହିଁ ଏବଂ ପଦ୍ଧତି ମଧ୍ୟ ଅତି ସହଜ । ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ପ୍ୟାକ୍ ।
ସାମଗ୍ରୀ:
ଚିୟା ସିଡ୍ସ- ୧/୪ ଚାମଚ
ଗୋଲାପ ଜଳ- ଆବଶ୍ୟକ ଅନୁଯାୟୀ
ନଡିଆ ତେଲ- ୧/୪ ଚାମଚ
ବେସନ- ୧/୩ ଚାମଚ
ପ୍ରସ୍ତୁତ ପ୍ରଣାଳୀ:
ସର୍ବପ୍ରଥମେ, ଏକ ପାତ୍ରରେ ସମସ୍ତ ଉପାଦାନକୁ ମିଶାଇ କିଛି ସମୟ ପାଇଁ ଛାଡିଦିଅନ୍ତୁ । ବର୍ତ୍ତମାନ ଏଥିରେ ବେସନ, ଗହମ ଅଟା, ମଇଦା, ଚନ୍ଦନ ପାଉଡର, ମୁଲତାନୀ ମାଟି ଭିତରୁ କୌଣସି ଗୋଟିଏ ମିଶାନ୍ତୁ । ଯଦି ଆପଣଙ୍କୁ ନଡିଆ ତେଲ ସୁଟ୍ ହେଉନାହିଁ ତେବେ ଆପଣ ଏଥିରେ ଅନ୍ୟ ତେଲ ମିଶାଇ ପାରିବେ । ଏହା ବ୍ୟତୀତ, ଆପଣ ଚିଆ ପାଉଡର କରି ମଧ୍ୟ ବ୍ୟବହାର କରିପାରିବେ ।
କିପରି ଲଗାଇବା:
-ସର୍ବ ପ୍ରଥମେ ମୁହଁକୁ ଗୋଲାପ ଜଳ, ଫେସ୍ ୱାସ୍ କିମ୍ବା କ୍ଲିଞ୍ଜରରେ ସଫା କରନ୍ତୁ ।
-ଏହାପରେ ୨-୩ ମିନିଟ୍ ସ୍କ୍ରବ୍ କରି ଫ୍ୟାକକୁ ବାହାର କରନ୍ତୁ ।
-ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।
କ୍ୟାଲସିୟମ୍, ମାଙ୍ଗାନିଜ୍ ଏବଂ ପ୍ରୋଟିନରେ ଭରପୂର ଚିଆ ସିଡ୍ ଚର୍ମରେ କୋଲାଜେନ୍ ସ୍ତର ବଢାଇଥାଏ । ଏହି ପ୍ୟାକ୍ ଆଣ୍ଟି-ଏଜିଙ୍ଗ ଜନିତ ସମସ୍ୟା ଦୁର କରିଥାଏ ଏବଂ କଳା ଦାଗ, ଡାର୍କ ସର୍କଲ୍, କୁଞ୍ଚନ ଇତ୍ୟାଦିରୁ ମଧ୍ୟ ମୁକ୍ତି ଦେଇଥାଏ ।