ଛେଳି ଚୋରି ଛେଚା ଖାଇଲେ ଯୁବକ
20/08/2020 at 10:34 PM

ନୀଳଗିରି୨୦/୮: ଛେଳି ଚୋରି ଛେଚା ଖାଇଲେ ଯୁବକ। ନୀଳଗିରି ବ୍ଲକ ଅଧିନ ଗରଡ଼ିହି ପଞ୍ଚାୟତ କଳାକାଦ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଛେଳି ଚୋରି କରି ଧରାପଡିବା ପରେ ଖୁଣ୍ଟରେ ବନ୍ଧା ହୋଇ ବେଶ ଉତ୍ତମ ମଧ୍ୟମ ଦିଆଯାଇଛି। କଳାକାଦ ଗ୍ରାମର ଭାଟି ସିଂଙ୍କ ଘରୁ ଦିନ ଦିପହରରେ ତଳ ସାହି ଗ୍ରାମର ଡେରା ରାଉତ ନାମକ ଜଣେ ବ୍ୟକ୍ତି ଛେଳି ଚୋରି କରୁଥିବା ବେଳେ ଗାଁ ଲୋକ ହାବୁଡ଼ରେ ଧରା ପଡିଥିଲା। ଗ୍ରାମବାସୀ ଏବଂ ଛେଳି ମାଲିକର ପରିବାର ଲୋକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଦି ମାଡ଼ ମାରିଥିଲେ।ପରେ ସ୍ଥାନୀୟ କିଛି ଭଦ୍ରଲୋକଙ୍କ ଉପସ୍ଥିତିରେ ଗାଁରେ ଏକ ବୈଠକ ବସିଥିଲା।ପରେ ଡେରା କାନ ଧରି ଉଠାଵସ ହେବାସହ ଭୁଲ ମାଗି ଆଉ ଏଭଳି କାର୍ଯ୍ୟ ନକରିବାକୁ ପ୍ରତିଶୃତି ଦେବାରୁ ତାକୁ ଛଡିଦେଇଥିଲେ।ପ୍ରଶ୍ନ ଉଠୁଛି ଥାନାରେ ଅଭିଯୋଗ ନକରି ଚୋରି କରିଥିବା ଯୁବକ ଜଣକୁ ଅତି ଅମାନୁଷିକ ଭାବେ ମାଡ଼ ମାରିବା ଓ ଉଠବସ କରିବା ଭଳି ଆଇନ ହାତକୁ ନେବାକୁ ଅଧିକାର ଦେଲାକିଏ ?