ତୁନିଶା ଶର୍ମାଙ୍କ ପରେ ଆଉ ଏକ ମଡେଲଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
28/12/2022 at 8:07 AM

ମୁମ୍ଵାଇ ୨୮।୧୨: କ୍ରମାଗତ ଭାବରେ ସେଲିବ୍ରେଟମାନଙ୍କ ଆତ୍ମହତ୍ୟା ମାମଲା ବୃଦ୍ଧି ପାଉଛି। ନିକଟରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ନିଜ ସିରିଏଲ୍ର ସୁଟିଂ ସେଟ୍ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଆଶ୍ଚର୍ଯ୍ୟ କରିଛି । ଛତିଶଗଡର ସୋସିଆଲ ମିଡିଆ ଇନଫ୍ଲୁଏନସର ଏବଂ ମଡେଲ ଲୀନା ନାଗବଂଶୀ ଆତ୍ମହତ୍ୟା କରିଛନ୍ତି। ଲୀନାଙ୍କ ମୃତଦେହ ନିଜ ଘରର ଛାତରୁ ମିଳିଛି। ଏହାକୁ ନେଇ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି।
Chhattisgarh | A 22-year-old social media influencer Leena Nagwanshi died by suicide by hanging herself in her home in Raigarh. The case is being investigated by Chakradhar Nagar PS area. The body has been sent for post-mortem: Ingeshwar Yadav, Sub Inspector Chakradhar Nagar PS pic.twitter.com/Bq62WitNQN
— ANI MP/CG/Rajasthan (@ANI_MP_CG_RJ) December 27, 2022
ଏହି ଘଟଣା ରାୟଗଡର କେଲୋ ବିହାର କଲୋନୀରେ ଘଟିଛି। ଖବର ଅନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସ ପହଞ୍ଚିବା ବେଳକୁ ଲୀନାଙ୍କ ପରିବାର ସଦସ୍ୟ ତାଙ୍କ ମୃତଦେହକୁ ଫାଶୀ ତଳକୁ ଆଣିଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ଲୀନାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହିଁ ତାଙ୍କ ମୃତ୍ୟୁର କାରଣ ନିଶ୍ଚିତ ହେବ। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
କହିବାକୁ ଗଲେ ୨୨ ବର୍ଷିୟ ଲୀନା ନାଗବଂଶୀ ଇନଣ୍ଟରନେଟ୍ରେ ଖୁବ୍ ଆକ୍ଟିଭ୍। ଛତିଶଗଡର ରାୟଗଡରୁ ଜଣେ ଲୋକପ୍ରିୟ ଇନଫ୍ଲ୍ୟୁଏନ୍ସର ଥିଲେ। ଇନଷ୍ଟାଗ୍ରାମରେ ଲୀନାଙ୍କର ୧୦ ହଜାରରୁ ଅଧିକ ଫ୍ୟାନ୍ ଫଲୋର୍ସ । ପ୍ରଶଂସକମାନେ ତାଙ୍କ ଲୁକ୍ ଷ୍ଟାଇଲ୍କୁ ଖୁବ୍ ପସନ୍ଦ କରନ୍ତି । ତାଙ୍କ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଥିଲା ।