କଳ୍ପନା ଦାସ ଏବଂ ଝିଅଙ୍କ ହତ୍ୟା ଘଟଣାର ଖୋଳତାଡ, ଭୁବନେଶ୍ବରରେ ଛତିଶଗଡ ପୋଲିସ

Published By : Prameya-News7 Bureau | February 18, 2020 IST

ଭୁବନେଶ୍ବର ୧୮।୨: ଭୁବନେଶ୍ବରରେ ଛତିଶଗଡ ପୋଲିସ । ଭୁବନେଶ୍ବର ବିମାନବନ୍ଦର କାର୍ଯ୍ୟାଳୟରେ ଛତିଶଗଡ ପୋଲିସ ଛାନଭିନ୍ କରୁଥିବା ଜଣାପିଡିଛି । ଛତିଶଗଡ ପୋଲିସର ଜଣେ ଅଧିକାରୀ ତଦନ୍ତ କରୁଛନ୍ତି । ରାୟଗଡରେ କଳ୍ପନା ଦାସ ଏବଂ ତାଙ୍କ ଝିଅଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ଜଣାପଡିଛି । ତେବେ ଡବଲ ମର୍ଡର ମାମଲାରେ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିଛି ରାୟଗଡ ପୋଲିସ । ସେପଟେ ରାୟଗଡ ପୋଲିସ ଆଜି ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ହାଜର କରିଥିବା ଜଣାପଡିଛି ।

{"id":225870,"sizeSlug":"large"}

ମୃତ କଳ୍ପନା ଦାସଙ୍କ ଭାଉଜ ରୀନା ଦାସଙ୍କୁ ଆଜି ରାୟଗଡ ଚକ୍ରଧରପୁର ଥାନାରେ ହାଜର ହେବାକୁ ନୋଟିସ ଜାରି କରିଛି ପୋଲିସ । ତାଙ୍କର ଆଜି ବୟାନ ରେକର୍ଡ କରାଯାଇପାରେ । ଅନୁପଙ୍କ ସଂପର୍କୀୟ ତଥା କୁଚିଣ୍ଡା ଅଞ୍ଚଳର ଇନୋଭା ଡ୍ରାଇଭରଙ୍କୁ ଛତିଶଗଡ ପୋଲିସ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣାରେ ଅନୁପ ଏବଂ ତାଙ୍କ ଡ୍ରାଇଭରଙ୍କ ବ୍ୟତୀତ ଆଉ କେଉଁମାନେ ସଂପୃକ୍ତ ସେନେଇ ପୋଲିସ ତନାଘନା ଚଳାଇଛି । ଅନୁପଙ୍କ କେତେକ ସହଯୋଗୀ ଏବଂ ସଂପର୍କୀୟ ଏହି ମାମଲାରେ ଛନ୍ଦି ହେବା ସମ୍ଭାବନା ସୃଷ୍ଟି ହୋଇଛି ।

{"id":225871,"sizeSlug":"large"}

ଏପଟେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଉଭୟ ବୋଲେରୋ ଏବଂ ଇନୋଭା ଗାଡିକୁ ଆଜି ଚକ୍ରଧରପୁର ଥାନାରେ ପହଞ୍ଚାଇବାକୁ ଅନୁପଙ୍କ ପୁତୁରାକୁ ନୋଟିସ କରାଯାଇଛି । ତେବେ ବୋଲେରୋ ଗାଡିକୁ ବିକ୍ରି କରିଦିଆଯାଇଥିବାରୁ ସନ୍ଦେହ ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.