ମୁଣ୍ଡଳୀ ଟୋଲ ଗେଟ୍ ଠାରେ ଛତିଶଗଡ଼ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ ଘଟଣା, ୪ କର୍ମଚାରୀ ଗିରଫ
24/05/2023 at 10:12 PM

ଆଠଗଡ଼, ୨୪/୦୫: ମୁଣ୍ଡଳୀ ଟୋଲ୍ ଗେଟ୍ ଠାରେ ଛତିଶଗଡ଼ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ ଘଟଣାରେ ୪ ଟୋଲ କର୍ମଚାରୀ ଗିରଫ। ଏହି ଚାରି କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଆଠଗଡ଼ ପୋଲିସ। ଏମାନଙ୍କ ବିରୋଧରେ ୧୪୭, ୧୪୮, ୩୪୧, ୩୮୪, ୩୨୩, ୩୨୪, ୩୨୫, ୩୦୭, ୪୨୭, ୫୦୬, ୩୫୪ (ବି), ୧୪୯ ଭଳି ସଙ୍ଗୀନ ଦଫା ଲାଗିଛି।
ସୂଚନାଥାଉକି, ମଙ୍ଗଳବାର ଛତିଶଗଡ଼ରୁ ୨ଟି ବସରେ ଯାତ୍ରୀମାନେ ଓଡ଼ିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ମୁଣ୍ଡଳୀରେ ପହଞ୍ଚିଥିଲେ। ହେଲେ ଗେଟ୍ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏମିତିକି ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ପକ୍ଷଙ୍କ ଗଣ୍ଡଗୋଳରେ ୧୦ ଜଣ ଆହତ ହୋଇଥିଲେ। ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପଠାଇ ମାମଲାର ତଦନ୍ତ ଜାରି ରଖିଥିଲା।