ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗାଳି ଗୁଲଜ କରିବା ଅତ୍ୟାଚାର : ଛତିଶଗଡ଼ ହାଇକୋର୍ଟ

Published By : Prameya-News7 Bureau | August 30, 2022 IST

ବିଳାଶପୁର ୩୦।୮:  ସ୍ୱାମୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଗାଳି ଗୁଲଜ କରିବା ମହିଳାଙ୍କ ଦ୍ୱାରା ନିର୍ଯାତନା ବୋଲି ଛତିଶଗଡ଼ ହାଇକୋର୍ଟ କହିଛନ୍ତି। ମାମଲାରେ କୋର୍ଟ  କ୍ରୁରତା ନେଇ  ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ହାଇକୋର୍ଟ କାୟମ ରଖିଥିବା ବେଳେ ମହିଳାଙ୍କୁ ଛାଡପତ୍ର ଲାଗି ତାଙ୍କ ସ୍ୱାମୀଙ୍କୁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ ଜଷ୍ଟିସ୍‌ ଗୌତମ ଭାଦୁଡି ଓ ଜଷ୍ଟିସ୍ ରାଧାକିଶନ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।

ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ମହିଳା କରିଥିବା ଆବେଦନର ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ସ୍ୱାମୀ ସରକାରୀ ଅଧିକାରୀ ହୋଇଥିବା ସ୍ଥଳେ ମହିଳା ତାଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଓ ମହିଳା ସହକର୍ମୀଙ୍କ ବିରୋଧରେ ବିନା କୌଣସି ଆଧାରରେ ଅନୈତିକ ସମ୍ପର୍କର ଅଭିଯୋଗ ଆଣିବା ମଧ୍ୟ ନିର୍ଦ୍ଦୟତା । ଅଗଷ୍ଟ ୧୮ ତାରିଖ ଦିନ କୋର୍ଟ ମାମଲାରେ ରାୟ ଦେଇଥିଲେ।

{"id":678118,"width":841,"height":518,"sizeSlug":"full","linkDestination":"none"}

ମାମଲାର ବିବରଣୀରୁ ପ୍ରକାଶ ଯେ ଧମତରୀ ଜିଲ୍ଲାର ୩୨ ବର୍ଷ ବୟସ୍କ ବ୍ୟକ୍ତି ୨୦୧୦ ମସିହାରେ ରାୟପୁର ନିବାସୀ ଜଣେ ୩୪ ବର୍ଷ ବୟସ୍କା ବିଧବାଙ୍କୁ ବିବାହ କରିଥିଲେ। ତେବେ ପରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଅଭିଯୋଗ ଆଣି ମହିଳାଙ୍କୁ ଛାଡପତ୍ର  ଦାବିକରି ରାୟପୁର ପାରିବାରିକ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ଆବେଦନରେ ମହିଳା ପ୍ରଥମତଃ ଦୁର୍ବ୍ୟବହାର କରିବେ ଅନ୍ୟପଟେ ପିତାମାତା ଓ ପରିବାର ସଦସ୍ୟଙ୍କ ସହ ମିଳାମିଶାକୁ ବି ରୋକିବେ ବୋଲି ପତି ଅଭିଯୋଗ କରିଥିଲେ।

କୋର୍ଟ ଅଭିଯୋଗରେ ମହଜୁଦ ତଥ୍ୟ ଓ ସାକ୍ଷପ୍ରମାଣ ଆଧାରରେ ଡିସେମ୍ବର ୨୦୧୯ରେ ସ୍ୱାମୀଙ୍କୁ ଛାଡପତ୍ର ପାଇଁ ଅନୁମତି ଦେଇଥିଲେ। ମହିଳା ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ବିଳାଶପୁର ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ ମହିଳାଙ୍କ ନିଷ୍ଠୁରତା ଓ ଉତ୍ପୀଡ଼ନକୁ ନଜରରେ ରଖି ଫ୍ୟାମିଲି କୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.