ନକ୍ସଲ ମହିଳାଙ୍କ ସହ ଛତିଶଗଡ଼ କଂଗ୍ରେସ ନେତାଙ୍କୁ ଧରିଲା ତେଲେଙ୍ଗାନା ପୁଲିସ୍

Published By : Prameya-News7 Bureau | October 09, 2022 IST

ରାୟପୁର: ନକ୍ସଲ ମହିଳାଙ୍କ ସହ ଧରାପଡ଼ିଲେ କଂଗ୍ରେସ ନେତା। ତେଲେଙ୍ଗାନାର ଭୋପାଳପାଟନମ୍‌ରୁ ଦୁଇ ନକ୍ସଲ ମହିଳାଙ୍କ ସହ ଛତିଶଗଡ଼ର କଂଗ୍ରେସ ନେତା କେଜି ସତ୍ୟମ୍‌ଙ୍କୁ ଗିରଫ କରିଛି ତେଲେଙ୍ଗାନା ପୁଲିସ୍। କଂଗ୍ରେସ ନେତା ନକ୍ସଲଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।

ଅଭିଯୋଗ ହେଉଛି ଯେ କଂଗ୍ରେସ ନେତା କେଜି ସତ୍ୟମ ମହିଳା ନକ୍ସଲଙ୍କ ସହିତ ଚିକିତ୍ସା ପାଇଁ ତେଲେଙ୍ଗାନା ପହଞ୍ଚିଥିଲେ। ତେବେ ସେମାନେ ହସ୍‌ପିଟାଲ୍‌ରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ହନମାକୋଣ୍ଡା ଠାରେ ଗିରଫ କରାଯାଇଥିଲା ବୋଲି ତେଲେଙ୍ଗାନା ପୁଲିସ ସୂଚନା ଦେଇଛି। ଗିରଫ ନେତା ହେଉଛନ୍ତି ଛତିଶଗଡ଼ ବ୍ଲକ କଂଗ୍ରେସ କିମିଟି ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ନେତା କେଜି ସତ୍ୟମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.