ଧର୍ମପରିବର୍ତ୍ତନ ନେଇ ତାତିଲେ ଲୋକେ: ଭାଙ୍ଗିଲେ ଚର୍ଚ୍ଚ, ରୋକିବାକୁ ଯାଇଥିବା ଏସ୍‌ପିଙ୍କ ମୁଣ୍ଡ ଫଟାଇ ଦେଲେ

Published By : Prameya-News7 Bureau | January 02, 2023 IST

ବସ୍ତର: ଓଡ଼ିଶା, ଛତିଶଗଡ଼ ଓ ହରିୟାଣା ଭଳି ଆଦିବାସୀ ବହୁଳ ରାଜ୍ୟମାନଙ୍କର ବହୁଳମାତ୍ରାରେ ଧର୍ମାନ୍ତରଣ କରାଯାଉଥିବା ଅଭିଯୋଗ ଆସୁଛି। ଆଦିବାସୀମନଙ୍କୁ ଖ୍ରୀଷ୍ଟିଆନ୍‌ରେ ପରିବର୍ତ୍ତନ କରାଯାଉଛି ବୋଲି କୁହାଯାଉଛି। ଏଥିରେ ଅତିଷ୍ଟ ହୋଇ ଛତିଶଗଡ଼ର କିଛି ଆଦିବାସୀ ଚର୍ଚ୍ଚରେ ଭଙ୍ଗାରୁଜା କରିଛନ୍ତି।

ରାଜ୍ୟର ନାରାୟଣପୁର ଜିଲ୍ଲାରୁ ଏଭଳି ଘଟଣା ଶୁଣିବାକୁ ମିଲିଛି। ଏହି ଭଙ୍ଗାରୁଜାରେ ଜଣେ ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ଚର୍ଚ୍ଚରେ ଧର୍ମାନ୍ତରଣ କରାଯାଉଥିବା ସନ୍ଦେହ କରି ଏହି ଆକ୍ରମଣ କରାଯାଇଥିଲା। ଶାନ୍ତି କାଏମ ରଖିବାକୁ ମୁତୟନ ହୋଇଥିବା ପୁଲିସ କର୍ମୀ ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ତେଷ୍ଟା କରିଥିବା ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି।   

୨୦୨୨ ଡିସେମ୍ବର ୩୧ ତାରିଖ ଧର୍ମାନ୍ତରଣ ନେଇ ଆଦିବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଏଥିପାଇଁ ସେମାନେ ରାଲି କରିଥିଲେ। ଏହାପରେ ଉଭୟ ଆଦିବାସୀ ଓ ଖ୍ରୀଷ୍ଟିଆନ୍ ଗ୍ରୁପ ଆଦିବାସୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଫଳରେ ସୋମବାର ସର୍ବ ଅଦିବାସୀ ସମାଜ ପକ୍ଷରୁ ଏହି ମାରପିଟ ବିରୋଧରେ ଧାରଣ ଦେବାକୁ ଆହ୍ୱାନ କରାଯାଇଥିଲା। ସ୍ଥିତି ସମ୍ଭାଳିବାକୁ ପୁଲିସ ମଧ୍ୟ ମୁତୟନ କରାଯାଇଥିଲା। ତଥାପି ମାର୍‌ପିଟ୍‌ ହୋଇଥିଲା। ଏଥିରେ ନାରାୟଣପୁର ଏସ୍‌ପି ସଦାନନ୍ଦ କୁମାର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏନେଇ ଏସ୍‌ପି କହିଛନ୍ତି ଯେ ଉଭୟଙ୍କ ପକ୍ଷଙ୍କୁ ଜିଲ୍ଲାପାଳ ଅଫିସ ଆସି ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ କୁହାଯାଇଥିଲା। ହେଲେ ଗୋଟିଏ ପକ୍ଷ ଚର୍ଚ୍ଚରେ ପଶି ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ଏଥିରେ ପୁଲିସ ରୋକିବାରୁ ମୁଁ ଆହତ ହୋଇଥିଲି ଏସ୍‌ପି କହିଛନ୍ତି। ପରବର୍ତ୍ତି କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.