ଛତ୍ରପୁର ମହିଳା ଡିଗ୍ରୀ କଲେଜ ପକ୍ଷରୁ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ

Published By : Prameya-News7 Bureau | August 14, 2022 IST

ଖଲ୍ଲିକୋଟ୍ ୧୪/୦୮- ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଏହାକୁ ସଫଳ ରୂପାୟନ ନିମନ୍ତେ ଛତ୍ରପୁର ମହିଳା ଡିଗ୍ରୀ କଲେଜ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି ।

ରବିବାର ସକାଳେ କଲେଜ କ୍ୟାମ୍ପସରୁ ବାହାରି ଛାତ୍ରୀମାନେ  ଛତ୍ରପୁର ସହର ପରିକ୍ରମା କରିଥିଲେ । ଏହା ସହ ପତାକାର ମହତ୍ୱ ଉପରେ ସଚେତନତା କରାଇଥିଲଲେ । ଛାତ୍ରୀମାନେ ପତାକା ଧରି ଏକ ଶୋଭାଯାତ୍ରାରେ ବାହାରି  ବିଭିନ୍ନ ବର୍ଗର ଲୋକମାନଙ୍କୁ ଜାତୀୟ ପତାକାର ମହତ୍ୱ ଉପରେ କହିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖରେ ଜାତୀୟ ପତାକା ଉଡାଇଥିଲେ ।ଏପରିକି ସମସ୍ତଙ୍କୁ ଆଜାଦୀ କୀ ଅମୃତ ମହୋତ୍ସବ ପାଳନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟ ଅଧ୍ୟାପିକା କବିତା ସାହୂ, ଡ.ଯାଜ୍ଞସେନୀ ପାଣିଗ୍ରାହୀ, ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.