LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଛତ୍ରପୁର ଓକିଲ ସଂଘ ନିର୍ବାଚନ: ପ୍ରଦୀପ କୁମାର ପାଢୀ ସଭାପତି ଓ ଏଲ. ଗୋପାଲ ସମ୍ପାଦକ ନିର୍ବାଚିତ

26/03/2023 at 12:10 PM

ଖଲ୍ଲିକୋଟ ୨୬/୦୩: ଶନିବାର ଛତ୍ରପୁର ଓକିଲ ସଂଘର ମତଦାନ ହେବା ସହିତ ଫଳାଫଳ ଘୋଷଣା କରାଯାଇଛି।  ପ୍ରଦୀପ କୁମାର ପାଢୀ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଏଲ ଗୋପାଲ ରାଓ ବିଜୟୀ ହୋଇଛନ୍ତି। ଉଭୟ ଲଗାତର ଚତୁର୍ଥ ଥର ପାଇଁ ବିଜୟୀ ହୋଇଛନ୍ତି।  ସେହିପରି ଉପସଭାପତି ଭାବେ ପ୍ରମୋଦ କୁମାର ପୂରୋହିତ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ଟି ମୋହନ ରାଓ ବିଜୟୀ ହୋଇଛନ୍ତି। 

ପୂର୍ବରୁ  କାର୍ଯ୍ୟକାରୀ ସଭ୍ୟ ଭାବେ ପ୍ରଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭାବେ ଅନାମ ଚନ୍ଦ୍ର ପ୍ରଧାନ, ପାଠାଗାର ସମ୍ପାଦକ ଭାବେ ମନୋଜ କୁମାର ବେହେରା(ସି) ଓ ସହ ସମ୍ପାଦକ  ଭାବେ ଜିତୁନ କୁମାର ପାଢି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।

ସୂଚନା ଥାଉକି, ଛତ୍ରପୁର ଓକିଲ ସଂଘର ୧୮୦ଜଣ ସଦସ୍ୟ ଥିବା ବେଳେ ୧୬୬ଜଣ ମତଦାନ କରିଥିଲେ। ସଭାପତି ପଦବୀ ପାଇଁ ୨ ଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ସିମାଞ୍ଚଳ ମହାପାତ୍ର ୭୧ଟି  ଭୋଟ ପାଇଥିବା ବେଳେ ପ୍ରଦୀପ କୁମାର ପାଢ଼ୀ ୯୩ଟି ଭୋଟ ପାଇ ବିଜୟ ମୁକୁଟ ପନ୍ଧିଥିଲେ। ସେହିପରି ସମ୍ପାଦକ ପଦବୀ ପାଇଁ ୨ ଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲା।

ସୁରେଶ କୁମାର  ପଟ୍ଟନାୟକ ୬୭ଟି ଭୋଟ ପାଇଥିବା ବେଳେ ଏଲ ଗୋପାଲ ରାଓ ୯୮ଟି ଭୋଟ ପାଇ ବିଜୟୀ ହାସଲ କରିଛନ୍ତି। ଉପସଭାପତି  ପାଇଁ ତିନିଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ବିଶ୍ୱଭୂଷଣ ପାଢୀ ୨୫ଟି ଭୋଟ ପାଇଥିବା ବେଳେ ମନୋଜ କୁମାର ବେହେରାଙ୍କୁ  ୬୦ଟି  ଏବଂ ପ୍ରମୋଦ କୁମାର ପୂରୋହିତଙ୍କୁ ୭୭ଟି ଭୋଟ ପାଇ ଜିତିଛନ୍ତି।

ଅନ୍ୟପଟେ ଯୁଗ୍ମସମ୍ପାଦକ ପଦ ପାଇଁ ସମୀର କୁମାର ପାଣିଗ୍ରାହୀ ଓ ମୋହନ ରାଓ ନିର୍ବାଚନ ଲଢ଼ିଥିଲେ। ସମୀର ୬୫ଟି ଭୋଟ ପାଇଥିବା ବେଳେ ମୋହନ ୧୦୦ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ଏଥିରେ ନିର୍ବାଚନ ଅଧିକାରୀ ସିଏଚ ସୂର୍ଯ୍ୟନାରାୟଣ ରେଡ୍ଡୀ ଦାୟିତ୍ୱ ତୁଲାଇ ଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର ନାଥ ମିଶ୍ର ସହଯୋଗ କରିଥିଲେ।

   Related Posts