ହରଘର ତିରଙ୍ଗା ଅଭିଯାନ: ଜାତୀୟ ପତାକାକୁ ନେଇ ଜୋର ଧରିଲା ରାଜନୀତି, ବିଜେପି ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

Published By : Prameya-News7 Bureau | August 05, 2022 IST

ରାୟପୁର ୫।୮: ସ୍ୱାଧୀନତାର ୭୫ ତମ ବାର୍ଷିକ ଅବସରରେ ଦେଶ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନ କରୁଛି। ଏଥିରେ କେନ୍ଦ୍ର ସରକାର ଘରଘର ତିରଙ୍ଗା ଅଭିଯାନ ହାତାକୁ ନେଇଛନ୍ତି। ତେବେ ଏହି ଅଭିଯାନକୁ ନେଇ ଛତିଶଗଡ଼ରେ ରାଜନୀତି ଆରମ୍ଭ ହୋଇଯାଇଛି। ଛତିଶଗଡ଼ ବିଜେପିର ପୂର୍ବତନ ମନ୍ତ୍ରୀ ବୃଜମୋହନ ଅଗ୍ରୱାଲ ବିଜେପିର ରାୟପୁର ଜିଲ୍ଲା କାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି ଲାଗି ଷ୍ଟଲ ଲଗାଇଥିବା ବେଳେ ରାଜ୍ୟରେ କଂଗ୍ରେସ ଏହାକୁ ଆପତ୍ତି କରିଛି। ଏହା ଛଡା ରାଜ୍ୟର କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଅଭିଯାନ ସମାନ୍ତରାଳରେ ପୃଥକ ‘ହମର ତିରଙ୍ଗା’ ଅଭିଯାନ ଘୋଷଣା କରିଛନ୍ତି। ଯାହା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।

{"id":666492,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ବିଜେପି ଜିଲ୍ଲା କାର୍ଯ୍ୟାଳୟର ଏକାତ୍ମ ପରିସରରେ ଦୁଇ ଦିନ ପୂର୍ବେ ପୂର୍ବତନ ବିଜେପି ବିଧାୟକ ତଥା ମନ୍ତ୍ରୀ ବୃଜମୋହନ ଅଗ୍ରୱାଲ ତ୍ରିରଙ୍ଗା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏଥିରେ ବିଜେପି ନିଜ କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ନାଗରିକଙ୍କ ଲାଗି ଜାତୀୟ ପତାକା ଉପଲବ୍ଧ କରାଉଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜ୍ୟରେ ପୃଥକ ‘ହମର ତିରଙ୍ଗା’ ଅଭିଯାନ ଘୋଷଣା କରିଛନ୍ତି। ଏହି କ୍ରମରେ ଲୋକେ ଏବେ ସେମାନଙ୍କ ସୋସିଆଲ ମିଡିଓ ପ୍ରୋଫାଇଲରେ ତ୍ରିରଙ୍ଗା ଲଗାଉଛନ୍ତି। ଯାହାକୁ ନେଇ ରାଜ୍ୟରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

{"id":666493,"sizeSlug":"large","linkDestination":"none"}

ଏଥିରେ ଛତିଶଗଡ କଂଗ୍ରେସ ସଞ୍ଚାର ବିଭାଗ ପ୍ରମୁଖ ସୁଶୀଲ ଆନନ୍ଦ ଶୁକ୍ଲା ଛତିଶଗଡ଼ ବିଜେପି ବିରୋଧରେ ଜାତୀୟପତାକା ଧନ୍ଦା କରୁଥିବା ଅଭିଯୋଗ ଆଣିଛନ୍ତି। ଏଥିରେ ଶୁକ୍ଲା ଇତିହାସ ବଖାଣିଛନ୍ତି, କହିଛନ୍ତି ବିଜେପିର ପୂର୍ବଜମାନେ ଭାରତୀୟ ଜାତୀୟ ପତାକାକୁ ଅଶୁଭ ବୋଲି କହୁଥିଲେ  । ଏଥିରେ ବିଜେପି ମୁଖପାତ୍ର ଗୌରୀଶଙ୍କର ଶ୍ରୀବାସ୍ତବ ଏବେ ଝଗଡ଼ାକୁ ଲମ୍ପ ପ୍ରଦାନ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.