ବାଘ ଶିକାର ଅଭିଯୋଗରେ ୫ ଶିକାରୀ ଗିରଫ, ପୂର୍ବରୁ ୬ଜଣଙ୍କୁ ଉଠାଇଥିଲା ବନବିଭାଗ
6/06/2023 at 10:13 AM

ନୂଆପଡ଼ା ୦୬।୦୬ : ପାଞ୍ଚ ଶିକାରୀ ଗିରଫ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଉଦନ୍ତୀ ଅଭୟାରଣ୍ୟରେ ମହାବାଳ ବାଘ ଶିକାର କରିଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲାର ୫ ଜଣ ଶିକାରୀ ଗିରଫ ହୋଇଛି ।

ଉଦନ୍ତୀ ଅଭୟାରଣ୍ୟରେ ପୂର୍ବରୁ ଟ୍ରାକ୍ କ୍ୟାମେରାରେ ମହାବାଳ ବାଘର ଗତିବିଧିର ଚିତ୍ର କଏଦ ହୋଇଥିଲା। ତେବେ ପରେ କ୍ୟାମେରାରେ ଆଉ ବାଘର ଚିତ୍ର ନ ଆସିବାରୁ ବିଭାଗୀୟ ଅଧିକାରୀ ବାଘଟିକୁ ଶିକାର କରାଯାଇଥିବା ସନ୍ଦେହ କରିଥିଲେ।

ଛତିଶଗଡ଼ ବନବିଭାଗ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଡ଼ୁପାଣି ଗାଁ ଜଣେ ଶିକାରୀଙ୍କୁ ଧରି ତଦନ୍ତ ଆରମ୍ଭ କରିଥିଲେ। ଉଭୟ ବନବିଭାଗ ପକ୍ଷରୁ ୩ ଦିନ ତଦନ୍ତ ପରେ ରବିବାର ଛତିଶଗଡ଼ ବନବିଭାଗ ୬ ଜଣଙ୍କୁ ଉଠାଇ ନେଇଥିଲା।

ସୋମବାର ଦିନ ବୋଡ଼େନ ଖଡୁପାଣି ଗାଁରୁ ବାଘଛାଲର କିଛି ଅଂଶ ସହିତ ଶିକାରରେ ବ୍ୟବହୃତ ଧନୁତୀର, ଜାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଓ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ନୂଆପଡ଼ା ଡିଏଫ୍ ଓ କହିଛନ୍ତି।
You Can Read :